ସଞ୍ଜ ସଳିତା ନିଆଁରେ ଜଳି, ମହିଳା ଓ ବୃଦ୍ଧାଙ୍କ ମୃତ୍ୟୁ

ଫୋକସ ପ୍ଲସ (କୋଣାର୍କ)୨୫/୦୬/୨୦୨୨: ପୁରୀ ଜିଲ୍ଲା ଗୋପ ବ୍ଳକ ଗଣେଶ୍ବରପୁର ଗାଁରେ ଗତ ୨୩ ତାରିଖ ଦିନ ବୁଲବୁଲ୍ ମଲ୍ଲିକ ନାମକ ୩୪ ବର୍ଷୀୟ ଜଣେ ମହିଳା ଘରେ ସନ୍ଧ୍ୟା ଦେଉଥିବା ସମୟରେ ଅସାବଧାନତା ହେତୁ ଦେହରେ ସଞ୍ଜ ବଳିତା ରୁ ନିଆଁ ଲାଗି ଯାଇଥିଲା |ମହିଳା ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଗୋପ,ପରେ ଭୂବନେଶ୍ୱର ଓ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ସ୍ତାନାନ୍ତରିତ କରାଯାଇଥିଲା ।ସେଠାରେ ୨ ଦିନ ହେବ ଚିକିତ୍ସାଧିନ ଥିବା ଅବସ୍ଥାରେ ଶେଷରେ ଅର୍ଦ୍ଧଦଗ୍ଧ ମହିଳା ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଅପରପକ୍ଷରେ ଦେହରେ ନିଆଁ ଲାଗି ଥିବା ବେଳେ ମହିଳା ଜଣଙ୍କ ପାଖରେ ୮୫ ବର୍ଷୀୟା ଜେଜେ ମା କୁ ଜାବୁଡି ଧରିବାଥିବା ବେଳେ ବୃଦ୍ଧା ମଧ୍ୟ ଜଳି ଯାଇଥିଲେ।ତାଙ୍କୁ ଗୋପ ମେଡିକାଲରେ ଚିକିତ୍ସା କରୁଥିବା ବେଳେ ତାଙ୍କର ମଧ୍ୟମୃତ୍ୟୁ ହେବା ସୂଚନା ମିଳିଛି। ଏ ନେଇ ଗୋପ ଅଞ୍ଚଳ ରେ ଦୁଃଖର ଛାୟା ଖେଳିଯାଇଛି। କାହିଁକି ଓ କେମିତି ନିଆଁ ଲାଗିଲା ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *