ପାଟକୁରା,କେନ୍ଦ୍ରାପଡ଼ା06/01/24; ଆଜି ଗରଦପୁର ବ୍ଲକ ଅନ୍ତର୍ଗତ ଗରଦପୁର ପଂଚାୟତର ଦ୍ବାରା ଗରଦପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଶା ସରକାରଙ୍କ ଜଗନ୍ନାଥ ପରିକ୍ରମା ରଥ ର ଶୁଭା ରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ ଅଧକ୍ଷ ଅଭୟ କୁମାର ମହାରାଜ ବିଡ଼ିଓ ପ୍ରଦୁମ୍ନ ନାୟକ ଗରଦପୁର ସରପଞ୍ଚ ପ୍ରତିନିଧି ରମାକାନ୍ତ ବେହେରା,ଆତ୍ମା ଅଧକ୍ଷ ବାସୁଦେବ ବେହେରା ମିଶନ ଶକ୍ତି ଓ ସଙ୍କୀର୍ତ୍ତନ ମଣ୍ଡଳୀ ପ୍ରମୁଖ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ଅକ୍ଷତ ଚାଉଳ ଓ ଗୋଟାଗୁଆ ପ୍ରତ୍ୟେକ ଜଗନ୍ନାଥ ପ୍ରେମି ଙ୍କ ଠାରୁ ଘର ଘର ବୁଲି ଗ୍ରହଣ କରିଥିଲେ। ଅପୂର୍ବ ଆଧ୍ୟାତ୍ମିକ ଚେତନା ସହ ଭାବବିହ୍ବଳ ପରିବେଶ ରେ ଅଧ୍ୟକ୍ଷ ଗରଦପୁର ଅଭୟ କୁମାର ମହାରାଜ ଓ ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରି ପରିକ୍ରମା ରଥକୁ ପାଛୋଟି ନେଇଥିଲେ ।
