ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ପରିଚାଳନାରେ ଦେଖା ଦେଇଛି ଆର୍ଥିକ ସଙ୍କଟ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିର ପରିଚାଳନା ଆଳରେ ବିଏମସି ଜବରଦସ୍ତ ଭାବେ ମନ୍ଦିର ରାଜସ୍ୱ ମାଡ଼ିବସୁଛି ବୋଲି ଜଣାପଡିଛି । ତେଣୁକରି ଏବେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ପରିଚାଳନା ପାଇଁ ଦେଖା ଦେଇଛି ଆର୍ଥିକ ସଙ୍କଟ । ବର୍ତ୍ତମାନ ଦୋଳଯାତ ଓ ଅଳ୍ପ ଦିନ ପରେ ରୁକୁଣା ରଥଯାତ୍ରା ଆସୁଥିବାରୁ ଆର୍ଥିକ ସ୍ଥିତି ଆହୁରି ଖରାପ ହେବ ବୋଲି ମନ୍ଦିର କର୍ତ୍ତୃପକ୍ଷ ଓ ଟ୍ରଷ୍ଟବୋର୍ଡ ସଦସ୍ୟ ଆଶଙ୍କା କଲେଣି ।

ଅନ୍ୟପଟେ ବିଗତ କିଛି ମାସ ହେଲା ଠିକଣା ସମୟରେ ଦପ୍ତର କର୍ମଚାରୀଙ୍କ ଦରମା ମଧ୍ୟ ଦିଆଯାଇପାରୁନି । ଫଳରେ ମନ୍ଦିର ପରିଚାଳନାରେ ମଧ୍ୟ ପ୍ରଭାବିତ ହେଉଛି ।

ସୂଚନା ଅନୁଯାୟୀ ୨୦୧୯ ଜାନୁୟାରୀରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୁସମ୍ପତ୍ତିରେ ମାର୍କେଟ କମ୍ପେ୍ଳକ୍ସ ନିର୍ମାଣ ସରିଲା । କମ୍ପେ୍ଲକ୍ସରେ ଥିବା ୫୮ଟି ଦୋକନ ଘର ଭଡା ସୂତ୍ରରେ ଦିଆଯାଇଛି । ସେହି ସମୟରେ ଚୁକ୍ତି ମୁତାବକ ଆୟର ୫୦-୫୦ ପ୍ରତିଶତ ଉଭୟ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ବିଏମସି ନେବା ପାଇଁ ଚୂଡ଼ାନ୍ତ ହୋଇଥିଲା । କିନ୍ତୁ ବିଏମ୍‌ସି ଭଡ଼ା ଆଦାୟ କରି ସବୁ ରାଶି ନିଜେ ରଖୁଛି । ମନ୍ଦିର ପ୍ରଶାସନକୁ ଚୁକ୍ତି ମୁତାବକ ଭାଗ ଦେଉନାହିଁ ବୋଲି ଜଣାପଡିଛି। ଫଳରେ ଟ୍ରଷ୍ଟ ବୋର୍ଡ ଏବେ ଭଡ଼ା ବାବଦକୁ ବିଏମ୍‌ସିଠୁ ୨୦ ଲକ୍ଷରୁ ଅଧିକ ଟଙ୍କା ପାଇବାକୁ ଅଛି । ଏ ନେଇ ଟ୍ରଷ୍ଟବୋର୍ଡ ତରଫରୁ ବିଏମସି କମିଶନରଙ୍କ ସହ ଆଲୋଚନା କରାଯିବା ସହ ଲିଖିତ ଭାବେ ମଧ୍ୟ ଅବଗତ କରାଗଲାଣି । କିନ୍ତୁ ବିଏମସି ମନ୍ଦିରର ଭାଗ ଅର୍ଥ ଦେଉନାହିଁ ବୋଲି ମନ୍ଦିର ପ୍ରଶାସନ ଅଭିଯୋଗ କରିଛି ।

ମନ୍ଦିର ପ୍ରଶାସନ ଜଣାଇଛି ଯେ , ଆମ ଭାଗ ମୁତାବକ ୨୯ଟି ଦୋକାନ ଘରର ଭଡ଼ା ସଂଗ୍ରହ ଅଧିକାର ଆମକୁ ଦିଆଯାଉକହୁଛନ୍ତି ମନ୍ଦିର ପ୍ରଶାସନ। ଏପଟେ ପର୍ଯ୍ୟଟନ ବିଭାଗ ମଧ୍ୟ ଉକ୍ତ ମାର୍କେଟ କମ୍ପେ୍ଳକ୍ସର ୨ୟ ଓ ୩ୟ ମହଲାରେ କିଛି ଘର ଯାତ୍ରୀନିବାସ ଆଳରେ କବଜା କରି ରଖିଛି । ଯାହା କାହାର ବି ସେବାରେ ଲାଗୁନାହିଁ । ତେଣୁ ଏହି ଘରସବୁକୁ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ଲାଗି ପର୍ଯ୍ୟଟନ ବିଭାଗକୁ ବହୁବାର ଚିଠି ଲେଖା ଗଲାଣି ବୋଲି ଜଣାପଡିଛି । ଏହି ଘର ଗୁଡ଼ିକ ହସ୍ତାନ୍ତର କରାଗଲେ ମନ୍ଦିର କର୍ତ୍ତୃପକ୍ଷ ଭଡ଼ାସୂତ୍ରରେ ଲଗାଇ କିଛି ଆୟ କରିବାକୁ ଆଶା ରଖିଛନ୍ତି । ଏ ସମ୍ପର୍କରେ ବିଏମସି କମିଶନର କିମ୍ବା ପର୍ଯ୍ୟଟନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ ବୋଲି ଯାହା ଜଣା ପଡିଛି ।

Leave a Reply

Your email address will not be published. Required fields are marked *