ଶ୍ରୀଲଙ୍କା ର ଭୁଷୁଡି ଯାଇଥିବା ଅର୍ଥନୀତି

ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨: ଶ୍ରୀଲଙ୍କା ର ଭୁଷୁଡି ଯାଇଥିବା ଅର୍ଥନୀତି ପୁରା ବିଶ୍ଵ ପାଇଁ ଏକ ନୂଆ ସାମସ୍ୟା ଆଣିଛି । ଶ୍ରୀଲାଙ୍କ ହେଉଛି ଏକ ଦେଶ ଯାହାର ଚାରି ପଟେ ସମୁଦ୍ର । କିଛି ବର୍ଷ ତଳେ ଶ୍ରୀଳାଙ୍କା ରେ ଏଲଟିଟି ସମସ୍ୟା ଦେଖାଯାଇଥିଲା । ଶ୍ରୀଲଙ୍କା ର ତତ୍କାଳୀନ ସରକାର ଦୃଢ ହସ୍ତ ରେ ତାକୁ ଦମନ କରିଥିଲେ । ଏକରକମ ଗୃହ ଯୁଦ୍ଧ କହିଲେ କିଛି ଭୁଲ ହେବ ନାହି । କିନ୍ତୁ ଶ୍ରୀଲଙ୍କା ଏହି ସବୁ ରୁ ମୁକ୍ତି ପାଇଁ ଏକ ସୁସ୍ଥ ଅର୍ଥନୀତି ଭାବେ ଦୁନିଆ ଆଗରେ ଠିଆ ହେଇଥିଲା । ଆଜି ଶ୍ରୀଳାଙ୍କା ର ପରିସ୍ଥିତି ଏମିତି ହେଇଛି ଦେଶ ରେ କେବଳ ଆରାଜକତା ଦେଖିବାକୁ ମିଳୁଛି ।

ଦେଶ ର ସାଧାରଣ ଜନତା ହଜାର ହଜାର ସଂଖ୍ୟା ରେ ରାଷ୍ଟ୍ରପତି ଭବନ ରେ ପଶିଯାଇଛନ୍ତି ତାଙ୍କୁ ରୋକିବା ପାଇଁ କିଏ ନାହି । ସେମାନେ ଦିନ ଦିନ ଧରି ସେଠାରେ ରହୁଛନ୍ତି ।

ଶ୍ରୀଲଙ୍କା ର ରାଷ୍ଟ୍ରପତି ଗୋଟାବାୟା ରାଜା ପକାସ ଲୋକଙ୍କ ଭୟ ରେ ଦେଶ ଛାଡି ଅନ୍ୟ ଦେଶ ରେ ଯାଇ ଶରଣ ନେଇଛନ୍ତି । ରାଷ୍ଟ୍ରପତି ନିଜ କୁ ସେଫ ପ୍ୟାସେଜ ଦାବି କରିଥିଲେ । ସେଫ ପ୍ୟାସେଜ ପାଇଲେ ହିଁ ନିଜ ପଦ ରୁ ଇସ୍ତଫା ଦେବ ବୋଲି ଘୋଷଣା କରିଥିଲେ । ଏହି ଭିତରେ ଶ୍ରୀଲଙ୍କା ର ସାଧାରଣ ଜନତା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନ ରେ ନିଆଁ ଲଗେଇଦେଇଛନ୍ତି ।

ଶ୍ରୀଲଙ୍କା ର ସାଧାରଣ ଲୋକଙ୍କ ପାଖରେ ଖାଦ୍ୟଦ୍ରବ୍ୟ ର ଆଭାବ , ଔଷଧ ର ଅଭାବ ରନ୍ଧନ ଗ୍ୟାସ ର ଅଭାବ , ପେଟ୍ରୋଲ ର ଅଭାବ ଦେଖିବା କୁ ମିଳିଛି । ବିଶ୍ଵ ପାଇଁ ଏହା ଏକ ସତର୍କ ର ଘଣ୍ଟି ।

ଦୁଇ ବର୍ଷ ର କୋରୋନା ମାହାମାରୀ ଅନେକ ଦେଶ ର ଅର୍ଥନୈତିକ ମେରୁଦଣ୍ଡ କୁ ଭାଙ୍ଗିଦେଇଛି । ମାସ ମାସ ର ଲକଡାଉନ ଓ ସଟଡ଼ାଉନ ସାଧାରଣ ଲୋକଙ୍କୁ ବେରୋଜଗାର କରିଛି । କୋରୋନା ସଂକ୍ରମିତ ର ଚିକିତ୍ସା ରେ ଦେଶ ର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଶ୍ରୀଲଙ୍କା ମଧ୍ୟ ଏହି ସବୁ ଦେଇ ଗତି କରିଛି । ବର୍ତ୍ତମାନ ଶ୍ରୀଲଙ୍କା ପାଖରେ ବିଦେଶୀ ପୁଞ୍ଜି ଡଲାରର ଆଭାବ ଦେଖାଯାଇଛି । ଚୀନ ରୁ କରିଥିବା ଋଣ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ର ଏକ ମୁଖ୍ୟ କାରଣ ହେଇଛି । ଶ୍ରୀଲଙ୍କା ର ଜୈବିକ କୃଷି ଆଉ ଗୋଟିଏ କାରଣ , ଜୈବିକ କୃଷି ର ବ୍ୟବହାର ଫଳ ରେ ଉତ୍ପାଦନ କମିଛି ଯାହା ଦ୍ଵାରା ଖାଦ୍ୟ ସଙ୍କଟ ଦେଖା ଯାଇଛି ଏବଂ ଦରଦାମ ବୃଦ୍ଧି ଦେଖିବାକୁ ମିଳିଛି । ଶ୍ରୀଲଙ୍କା ର ମୁଦ୍ରା ମୂଲ୍ୟ ହ୍ରାସ ପାଇଛି ।

ଭାରତ ର ଚାରି ପଟେ ଅନେକ ଛୋଟ ବଡ ରାଷ୍ଟ୍ର ସ୍ଵାଧୀନ ଭାବରେ ମୁଣ୍ଡ ଉଠାଇ ଠିଆ ହୋଇଛନ୍ତି । ଭାରତ ସେମାନଙ୍କ ସାର୍ବଭୌମ୍ୟତା ଉପରେ କେବେ ହେଲେ ଆଙ୍ଗୁଠି ଉଠାଇନି । ଚୀନ ତା ଚାରି ପଟେ ଥିବା ଦେଶ ଗୁଡିକ ର ଜମି କୁ ଦଖଲ କରିବାରେ ଲାଗିଛି କିନ୍ତୁ ଭାରତ ଅନ୍ୟ ଦେଶ କୁ ସ୍ଵାଧୀନ ଭାବ ରେ ବଞ୍ଚିବା ପାଇଁ ସାହାଯ୍ୟ କରିଛି । ଆଜି ମଧ୍ୟ ଶ୍ରୀଲଙ୍କା କୁ ଆର୍ଥିକ ସହଯୋଗ କରିବାପାଇଁ ଭାରତ ତରଫ ରୁ ଘୋଷଣା କରାଯାଇଛି । ଆମର ପ୍ରଧାନମନ୍ତ୍ରୀ ଖାଦ୍ୟସାମଗ୍ରୀ ଓ ଔଷଧ ୩.୮ ବିଲିୟନ ଡଲାର ର ସାହାଯ୍ୟ ରାଶି ଘୋଷଣା କରିଛନ୍ତି ।

ଶ୍ରୀଲଙ୍କା ରେ ଜରୁରୀ କାଳିନ ପରିସ୍ଥିତି ଘୋଷଣା କରାଯାଇଛି । ଶ୍ରୀଳାଙ୍କା ର ୨୨ ବିଲିୟନ ଲୋକ ମାସ ମାସ ଧରି ଖାଦ୍ୟ ଅଭାବ ଏବଂ ଫୁୟେଲ ଅଭାବ ରେ ଗତି କରୁଛନ୍ତି , ଶ୍ରୀଲଙ୍କା ର ଦରଦାମ ଆକାଶ ଛୁଇଁଛି ।

ଶ୍ରୀଲଙ୍କା ର ପ୍ରଧାନମନ୍ତ୍ରୀ ବିକ୍ରେମେସିଙ୍ଘେ ମିଳିଟେରୀ ଏବଂ ପୋଲିସ କୁ ଦେଶ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଯେକୌଣସି ପଦକ୍ଷେପ ନେବାପାଇଁ ଆଦେଶ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଇସ୍ଥଫା ପରେ ନୂଆ ରାଷ୍ଟ୍ରପତିଙ୍କୁ ନିଯୁକ୍ତି କରିବାପାଇଁ ଶ୍ରୀଲଙ୍କା ସରକାର ତତ୍ପର ।

ଶ୍ରୀଲଙ୍କା ର ନେସନାଲ ଟିଭି ତାର ପ୍ରସାରଣ ବନ୍ଦ କରିଦେଇଛି କାରଣ ଟିଭି ଚ୍ୟାନାଲ କୁ ପ୍ରଦର୍ଶନକାରି ମାନେ ଘେରାଉ କରିରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଆଡ କୁ ଆଗଉ ଥିବା ବିଦ୍ରୋହିଙ୍କୁ ଅଟକାଇବା ପାଇଁ ସୁରକ୍ଷା ଦଳ ଟିଏର ଗ୍ୟାସ ଛାଡିଥିଲେ । ଦୁଇ ଦିନ ପାଇଁ ଯୁକ୍ତ ରାଷ୍ଟ୍ର ଆମେରିକା ତାର ଦୂତାବାସ କୁ ଶ୍ରୀଲଙ୍କା ରେ ବନ୍ଦ ରଖିଛି । ଶ୍ରୀଲଙ୍କା ର ବିରୋଧି ଦଳ ର ନେତା ସଜିତ ପ୍ରେମଦାସା ନିଜ କୁ ରାଷ୍ଟ୍ରପତି ଆସନ ରେ ବସେଇବା ପାଇଁ ବିରୋଧି ଦଳ ର ନେତାମାନଙ୍କୁ ଏକାଠି କରିଛନ୍ତି ।

ଶ୍ରୀଳଙ୍କା ର ଡାକ୍ତର ମାନେ ଶ୍ରୀଲଙ୍କା ର ସାଧାରଣ ଜନତାଙ୍କୁ ନିରୋଗୀ ଏବଂ ଦୁର୍ଘଟଣା ରୁ ନିଜ କୁ ବଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି । ଯେହେତୁ ଡାକ୍ତର ଖାନା ରେ ଔଷଧ ର ଅଭାବ ଚାଲିଛି ସେଥିପାଇଁ ଚିକିତ୍ସା ଠିକ ଭାବରେ କରାଯାଇପାରିବ ନାହି । ଶ୍ରୀଲଙ୍କା ରେ ରହିଥିବା ଡାକ୍ତର ମାନେ ବାହାର ଦେଶ ରେ ବସବାସ କରୁଥିବା ଶ୍ରୀଲଙ୍କା ର ନାଗରିକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଶ୍ରୀଲଙ୍କା ର ଏହି ବିପଦ ଘଡି ରେ କିଛି ସାହାଯ୍ୟ କରନ୍ତୁ । ସରକାରୀ ଡାକ୍ତର ଖାନା ରେ ଯେଉଁ ଔଷଧ ମାଗଣା ମିଳୁଥିଲା ଆଜିକାଲି ସେହି ଔଷଧ ଗୁଡିକ ସରିଯାଇଛି । ସାଧାରଣ ଜନତା ଏଥିପାଇଁ ବିଭିନ୍ନ ସାମସ୍ୟା ଦେଇ ଗତି କରୁଛନ୍ତି । ଶ୍ରୀଲଙ୍କା ର ମେଡିକାଲ ଏସୋସିଏସନ ର ଭାଇସ ପ୍ରେସିଡେଣ୍ଟ ଡାକ୍ତର ସୁରନାଥ ପେରେରା ଲୋକଙ୍କୁ ପଶୁ ପକ୍ଷୀଙ୍କ ଠାରୁ ଦୂର ରେ ରହିବା ପାଇଁ ଅନୁରୋଧ କରିଛନ୍ତି, କାରଣ ରେବିଷ ଏବଂ ଅନ୍ୟାନ୍ୟ ରୋଗ ର ଚିକିତ୍ସା ପାଇଁ ଡାକ୍ତର ଖାନା ରେ ଔଷଧ ଏବଂ ଇଞ୍ଜେକସନ ର ଆଭାବ ରହିଛି ।

ବର୍ତ୍ତମାନ ସମଗ୍ର ବିଶ୍ଵ ଏକତ୍ରିତ ହେଇ ଶ୍ରୀଲଙ୍କା ର ସାମସ୍ୟା ର ସମାଧାନ ପାଇଁ ରାସ୍ତା ଖୋଜିବା ଦରକାର । ୨୨ ମିଲିୟେନ ଲୋକଙ୍କ ସମସ୍ୟା ଆମ ସମସ୍ତଙ୍କ ସମସ୍ୟା । ଆନ୍ତର୍ଜାତୀୟ ସଂଗଠନ ଗୁଡିକ କାହିଁକି ଏବେ ଯାଏଁ ଚୁପ ରହିଛନ୍ତି । ଡବ୍ଲୁଏଚଓ ଏବଂ ୱୋର୍ଲ୍ଡ ବେଙ୍କ ପ୍ରଭୁତି ସଂଗଠନର ଦରକାର ସବୁଠୁ ବେସି ବର୍ତ୍ତମାନ ଶ୍ରୀଲଙ୍କା କୁ ।

Leave a Reply

Your email address will not be published. Required fields are marked *