ଶ୍ରୀବିଗ୍ରହଙ୍କ ଚାଲିଛି ସ୍ୱତନ୍ତ୍ର ଉପଚାର।ବଡ଼ଦେଉଳରେ ନିରବତା

ସ୍ନାନ ପୂର୍ଣ୍ଣିମା ନିଶାର୍ଦ୍ଧରୁ ଦାରୁବ୍ରହ୍ମ ଅଣସରେ । ୧୦୮ ଗରା ସୁନା କୂଅ ଜଳ ସ୍ନାନ କରି ଜ୍ୱରରେ ମହାପ୍ରଭୁ । ଉପଚାର ପାଇଁ ଆରମ୍ଭ ହୋଇଛି ଶ୍ରୀବିଗ୍ରହଙ୍କ ଅନବସର ଗୁପ୍ତ ପୂଜା । ଦଇତାପତି ସେବକମାନେ କରୁଛନ୍ତି ସ୍ୱତନ୍ତ୍ର ସେବାର୍ଚ୍ଚନା । ଅନ୍ୟ କାହାରିକୁ ସେଠାକୁ ପ୍ରବେଶ ଅନୁମତି ନାହିଁ । ଠାକୁରେ ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରୁଛନ୍ତି । ଏହି ସମୟରେ ତୁଳସୀ ଲାଗି ହେଉ ନାହିଁ । ଚାଲିଛି ପ୍ରତୀକାତ୍ମକ ପୂଜା । ଶୂନ୍ୟକୁ ପଣା ଭୋଗ ସମର୍ପଣ କରାଯାଉଛି । ଠାକୁରେ ନିରାକାର ଓ ସର୍ବତ୍ର ବିଦ୍ୟମାନ । ଏଣୁ ପତିମହାପାତ୍ରେ ଶୂନ୍ୟକୁ ଚାହିଁ ପଣା ଭୋଗ ସମର୍ପଣ କରୁଛନ୍ତି । ଠାକୁରେ ଅସୁସ୍ଥ ହେତୁ ବଡ଼ଦେଉଳରେ ଉଚ୍ଚ ଶବ୍ଦକୁ ବାରଣ । ଶୁଭୁନି ଛାମୁ ଖୁଣ୍ଟିଆଙ୍କ ମଣିମା ଡ଼ାକ । ଏପରିକି ଘଣ୍ଟ ଓ ଘଣ୍ଟି ମଧ୍ୟ ବାଜୁନି ।

ସ୍ନାନ ମଣ୍ଡପରୁ ଆସି ଠାକୁରେ ଅଣସର ପିଣ୍ଡିରେ ବିଜେ ହେଲା ବେଳକୁ ବୁଧବାର ବିଳମ୍ବିତ ରାତି ୪ଟା୩୫ । ଶ୍ରୀମସ୍ତକରୁ ଚିତା ଉଲାଗି ପରେ ଦଇତାପତିମାନେ ଠାକୁରଙ୍କ ଠାରେ ବାରଲାଗି ଖଣ୍ଡୁଆ ଶ୍ରୀମୁଖ ଲାଗି କଲେ । ପରେ କୋଠ ସୁଆଁସିଆ ଅଣସର ପିଣ୍ଡି ଚାରିପଟେ ବାଉଁଶ ତାଟି ବାନ୍ଧିଥିଲେ । ଦଇତାପତିଙ୍କ ଅଣସରକୁ ପ୍ରବେଶ ପାଇଁ ଧୁକୁଡ଼ି ଦ୍ୱାର ଖୋଲାଗଲା । ଅନବସରର ଦ୍ୱିତୀୟ ଦିବସରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଚାଲିଛି । ‘ଯଥା ଦେହେ ତଥା ଦେବେ’ ହେଉଛି ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା । ଠାକୁରଙ୍କ ଏସବୁ ମାନବୀୟ ଲୀଳାଖେଳ । ଜଣେ ବ୍ୟକ୍ତି ଜ୍ୱର ରୋଗରେ ପୀଡ଼ିତ ହେଲେ ଯେପରି ପଥି, ପାଚନ ଓ ଔଷଧର ଆବଶ୍ୟକତା ପଡ଼ିଥାଏ, ସେହିଭଳି ଚାଲିଛି ଠାକୁରଙ୍କ ସେବା ପୂଜା । ଦଇତା ପତି ଠାକୁରଙ୍କ ଆତ୍ମୀୟ ଭାବେ ଏକବସ୍ତ୍ର ହୋଇ ଅତି ନିଷ୍ଠା ଓ ଶୁଦ୍ଧପୂତଭାବେ ସେବା କରୁଛନ୍ତି । ଏହା ସେମାନଙ୍କ ସାମୁହିକ ସେବା

Leave a Reply

Your email address will not be published. Required fields are marked *