ଅନୁଗୁଳ ଜିଲ୍ଲା, ଅନୁଗୁଳ,କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଗତକିଛିଦିନ ହେବ ପନିପରିବା ଦର ଆକାଶ ଛୁଆଁ ହୋଇଛି। ଖାଉଟି ମାନେ ପନିପରିବା କେ.ଜି. ପିଛା ୫୦ ଟଙ୍କାରୁ ଅଧିକ ଥିବା ଯୋଗୁ ସାଧାରଣ ଲୋକେ ପନିପରିବା ଖାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରବିବାର ଅନୁଷ୍ଠିତ ସାପ୍ତାହିକ ହାଟରେ ପୋଟଳ କେଜି ପିଛା ୬୦ ଟଙ୍କା ଥିବାବେଳେ ଝୁଡ଼ଙ୍ଗ ୮୦, ବାଇଗଣ ୮୦, ଟମାଟୋ ୫୦, ସାରୁ ୫୦, ଛୁଇଁ ୧୨୦ ଓ କାଙ୍କଡ କେ.ଜି.ପିଛା ୬୦ ଟଙ୍କା ଦରରେ ବିକ୍ରି ହେଉଥିଲା। ଏପରି ଆକାଶ ଛୁଆଁ ଦର ଦେଖି ଅଧିକାଂଶ ମଧ୍ୟମ ଶ୍ରେଣୀର ଲୋକେ ପନିପରିବା କିଣିବା ପାଇଁ ଅମଙ୍ଗ ହୋଇଥିଲେ। ବାହାର ଅଞ୍ଚଳରୁ ଆସୁଥିବା କିଛି ବ୍ୟବସାୟୀ ପନିପରିବା ଉଚ୍ଚ ଦର ଦେଇ କିଣୁଥିବା ଯୋଗୁ ଏଭଳି ଦର ବଢୁଛି ବୋଲି ଖାଉଟି ମାନେ କହିଛନ୍ତି।
ଶ୍ରାବଣ ମାସ ନଆସୁଣୁ ପରିବା ଦର ଆକାଶ ଛୁଆଁ।
