ଫୋକସ ପ୍ଲସ 4/1/2023(ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଏକ ଲଜ୍ଜା ଜନକ ଘଟଣା ଦେଖିବାକୁ ମିଳିଛି।ଗୋଟିଏ ଗର୍ଭବତୀ ଛେଳିକୁ ଜଣେ ଯୁବକ ଦୁଷ୍କର୍ମ କରିବା ପରେ ଛେଳିଟିର ମୃତ୍ୟୁ ହୋଇଛି।ଅଭିଯୋଗ ପରେ ଉକ୍ତ ଯୁବକଙ୍କୁ ସିମୁଳିଆ ପୋଲିସ ଗିରଫ କରିଛି।ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।ଗତ ୧ ତାରିଖ ରାତିରେ ସିମୁଳିଆ ଥାନା ଅଧିନ ଗରସଙ୍ଗ ଗାଁ ଦାସ ସାହିର ୨୯ବର୍ଷୀୟ ଯୁବକ ବସନ୍ତ ଦାସ ତାଙ୍କ ପଡ଼ୋଶୀ ବାସନ୍ତୀ ଦାସଙ୍କ ଗୁହାଳ ପଶି ବନ୍ଧା ଯାଇଥିବା ଏକ ଗର୍ଭବତୀ ଛେଳିକୁ ଦୁଷ୍କର୍ମ କରିଥିଲେ।ପରେ ଛେଳିଟି ବୋବାଇବାରୁ ଛେଳି ମାଲିକ ବାସନ୍ତୀ ଗୁହାଳକୁ ଯାଇ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ।ପରେ ଛେଳିଟି ଗୁରୁତର ହୋଇପଡ଼ିଥିଲା। ଛେଳିଟିକୁ ଖଇରା ପ୍ରାଣୀ ଚିକିତ୍ସାଳୟକୁ ନେବା ସମୟରେ ଛେଳିଟିର ରାସ୍ତାରେ ମୃତ୍ୟୁ ହୋଇଥିଲେ।ଏ ନେଇ ବାସନ୍ତୀ ଦାସ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଅନୁଯାଇ ସିମୁଳିଆ ପୋଲିସ ସମ୍ପୃକ୍ତ ଯୁବକ ବସନ୍ତ ଦାସକୁ ଗିରଫ କରି ଥାନାରେ ଅଟକ ରଖି ଏକ ମାମଲା ରୋଜୁକରିବା ସହିତ ଅଧିକ ତଦନ୍ତ ଚଳାଇଛି। ମୃତ ଛେଳିଟିକୁ ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସାଳୟକୁ ପଠାଯାଇଛି।
