ଫୋକସ ପ୍ଲସ (ଖୋର୍ଦ୍ଧା)୨୦/୦୭/୨୦୨୨: ପ୍ରତିଦିନ ଭଳି ସ୍କୁଲର ଶିକ୍ଷକ ,ଶିକ୍ଷୟତ୍ରୀ ଆସୁଥିଲେ ବିଳମ୍ଭରେ ,କିନ୍ତୁ ଆଜି ଧରା ପଡ଼ିଗଲେ ସ୍କୁଲର ପ୍ରଧାନ ଶିକ୍ଷତ୍ରି ତୁଳସୀ ସ୍ୱାଇଁ । ଖାଲି ସେତିକି ନୁହେଁ ଧୀରେ ଧୀରେ ଆହୁରି ଅଛି କେତେ ଗୁମର ଚାଲନ୍ତୁ ଦେଖିବା ଏହି ରିପୋର୍ଟ ।
ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧୀନସ୍ତ ଜରିପଡ଼ା ଗ୍ରାମ ପଞ୍ଚାୟତରେ ଥିବା ଜଗନ୍ନାଥପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍କୁଲର ଅଭିଯୋଗ ଆଣିଲେ ଅଭିଭାବକ ଓ ସ୍କୁଲର କମିଟି ମେମ୍ଭର । ଜଗନ୍ନାଥପୁର ସ୍କୁଲରେ ଚାରି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ମୋଟ ୧୨୦ ପିଲା ପାଠ ପଡ଼ୁଛନ୍ତି । ବିଳମ୍ଭରେ ଆସୁଥିବା ନେଇ ମୋବାଇଲରେ ଭିଡ଼ିଓ କରି ପଚାରିବାରୁ କମିଟି ମେମ୍ବର ଓ ଅଭିଭାବକଙ୍କୁ ଧମକ ଦେଲେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତୁଳସୀ ସ୍ବାଇଁ । କିନ୍ତୁ ଆମ ପ୍ରତିନିଧି ପଚାରିବାରୁ କ୍ୟାମେରା ଆଗରେ କହିଛନ୍ତି ଆଉ ଭୁଲ ହେବନି ଆଗକୁ। ଆଜି ହେଉଛି ଜୁଲାଇ ମାସ ୨୦ ତାରିଖରେ ଦୁଇ ଶିକ୍ଷୟତ୍ରୀ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ବିନା ଦରଖାସ୍ତରେ ନେଇଛନ୍ତି ଛୁଟି । ଜଗନ୍ନାଥପୁର ସ୍କୁଲର ବିଭିନ୍ନ କାର୍ୟ୍ଯ ଚାଲୁଥିଲେ ମଧ୍ୟ କମିଟି ମେମ୍ବରଙ୍କୁ ନଜଣାଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତୁଳସୀ ସ୍ୱାଇଁ ଓ ସ୍କୁଲର ଚେୟାରମ୍ୟାନ ପ୍ରଭାକର ବେହେରା ମିଳିତ ଭାବେ ଏସବୁ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କଲେ କମିଟି ମେମ୍ବର । ଏହି ସ୍କୁଲର ପାଣି ଓ ବିଜୁଳି ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ହୋଇ ପାରିନାହିଁ । ଏସବୁ ଘଟଣାକୁ ନେଇ ଆମ ପ୍ରତିନିଧି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ କ୍ୟାମେରା ଆଗରେ କହିଛନ୍ତି ନିଶ୍ଚିତ ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଚିଲିକା ରୁ ସୁଧୀର କୁମାର ବେହେରା ରିପୋର୍ଟ ଫୋକସ ପ୍ଲସ |