ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫୮୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଗୁରୁବାର, ମ୍ୟାଚର ଦ୍ୱିତୀୟ ଦିନ ଟିମ୍ ଇଣ୍ଡିଆ ୩୧୦/୫ ସ୍କୋରରୁ ଖେଳିବା ଆରମ୍ଭ କରିଥିଲା।
ଭାରତ ପକ୍ଷରୁ ଶୁଭମନ ଗିଲ୍ ୨୬୯ ରନ କରି ଆଉଟ ହୋଇଥିଲେ। ସେ ଟେଷ୍ଟରେ ସବୁଠାରୁ ବଡ଼ ଇନିଂସ ଖେଳିଥିବା ଭାରତୀୟ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି। ସେହିପରି ଯଶସ୍ୱୀ ଜୟସୱାଲ ୮୭ ରନ କରି ଆଉଟ ହୋଇଥିଲେ ଏବଂ ରବିନ୍ଦ୍ର ଜାଡେଜା ୮୯ ରନ କରି ଆଉଟ ହୋଇଥିଲେ। ୱାଶିଂଟନ ସୁନ୍ଦର ମୋଟ୍ ୪୨ ରନର ଅବଦାନ ରଖିଥିଲେ।
ଇଂଲଣ୍ଡ ପକ୍ଷରୁ ସୋଏବ ବଶିର ୩ ୱିକେଟ ନେଇଥିଲେ। କ୍ରିସ୍ ୱକ୍ସ ଏବଂ ଜୋଶ୍ ଟଙ୍ଗ୍ ପ୍ରତ୍ୟେକେ ୨-୨ ୱିକେଟ ପାଇଥିଲେ। ବ୍ରାଇଡନ୍ କାର୍ସେ, ଜୋ ରୁଟ୍ ଏବଂ ଅଧିନାୟକ ବେନ୍ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ପାଇଥିଲେ।