ଶୀତଳା ଠାକୁରାଣୀଙ୍କ ଅଲୌକିକ ଦର୍ଶନ

ଫୋକସ ପ୍ଲସ ୧୭/୦୬/୨୨(କୋଟପାଡ଼): ଆଜି ମା ଠାକୁରାଣୀ ମନ୍ଦିର ପରିସରରେ ଦେଖିବାକୁ ଅଲୌକିକ ଘଟଣା l ପ୍ରତ୍ୟେକ ସଂକ୍ରାନ୍ତି ପରି ଏହି ରଜ ସଂକ୍ରାନ୍ତି ରେ ମଧ୍ୟ ମାଙ୍କ ମନ୍ଦିର ରେ ହୋମ ଯଜ୍ଞ ସରିଲା ପରେ, ମାଁଙ୍କ ପାଇଁ ଅନ୍ନ ଭୋଗ ପ୍ରାୟ 2ଟା ବେଳେ ଦିଆଯାଇଥିଲା ଓ ପୋହଡ଼ ଠିକ 2.30ରେ ଦିଆଯାଇଥିଲା, ପରେ ବାହାରୁ କବାଟ ଦିଆଯାଇଥିଲା l ତାପରେ ମନ୍ଦିର କବାଟ ଖୋଲି ମଧ୍ୟନ ଭୋଗ ପାଇଁ ଯିବା ସମୟରେ କବାଟ ଖୋଲି ଦେଖିଲେ ତୋ ମାଙ୍କ ମନ୍ଦିର ବାହାରରୁ ଭିତର ପର୍ଯ୍ୟନ୍ତ ଛୋଟ ଛୋଟ ଅଲିତା ପାଦ ଚିହ୍ନ ଦେଖିବାକୁ ମିଳିଥିଲା ସେହି ସମୟରେ ମନ୍ଦିର ପୂଜକ ସହ ଦୁଇ ଭକ୍ତ ଥିଲେ, ହଠାତ ପାଦ ଚିହ୍ନ ସେମାନେ ଦେଖି ଡରି ଯାଇଥିଲେ ଓ ସେଠାରୁ ପଳେଇ ଯାଇଥିଲେ lକିନ୍ତୁ ପରବର୍ତ୍ତୀ ମୁହୂର୍ତ ରେ ଧୀରେ ଧୀରେ ଭକ୍ତ ମାନଙ୍କ ଭିଡ଼ ବଢିଯାଇଥିଲା, ଦେଖୁ ଦେଖୁ କୋଟପାଡ଼ ଅଞ୍ଚଳର ହଜାର ହଜାର ଭକ୍ତ ମାନେ ମାଙ୍କ ପାଦ ଚି଼ହ୍ନ ଦର୍ଶନ କରିବା ପାଇଁ ଭିଡ଼ ହୋଇଯାଇଥିଲେ l ସୂଚନା ଥାଉକି ଏହିପରି ଅଲୌକିକ ଘଟଣା କୋଟପାଡ଼ ମନ୍ଦିର ଠାରେ ପ୍ରଥମ l ମାଙ୍କ ମହିମା ମା ଠାକୁରାଣୀ ମନ୍ଦିରର ପୁରୋହିତ ଶ୍ରୀ ତୁଳସୀ ଦାସ ନିଜ ମନ୍ତବ୍ୟ ରେ ଆମ କୋଟପାଡ଼ ଶୀତଳା ଦେବିଙ୍କ ମହିମା ବିଷୟରେ କହିଥିଲେ l ପୂର୍ଵରୁ ଆଜି ସକାଳେ ପୂଜା କରିବା ସମୟରେ ମନ୍ଦିର ପୂଜକଙ୍କ ପୂଜା କରିବl ସମୟରେ ମା ଙ୍କ ମଥାରୁ ଫୁଲ ପଡିଥିଲା ଏହି ଦୃଶ୍ୟ ବହୁ ଭକ୍ତମାନେ ମଧ୍ୟ ଦର୍ଶନ କରିଥିଲେ l ମା ଙ୍କ ଏହିପରି ମହିମା କୋଟପାଡ଼ ବlସି ଦର୍ଶନ କରି ଚିର ଉପକୃତ ହୋଇଛନ୍ତି l
କୋଟପାଡ଼ ରୁ ଅଜୟ କୁମାର ମିଶ୍ର

Leave a Reply

Your email address will not be published. Required fields are marked *