ଶିଶୁ ଉଦ୍ୟାନ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ

ଫୋକସ ପ୍ଲସ(ଗଂଜାମ)୪/୦୯/୨୦୨୨: କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ଥିବା word no-12 ଅରବିନ୍ଦନଗର ର ଶିଶୁ ଉଦ୍ୟାନ ଯାହାକି 2018 ମସିହାରେ ଚାରିଲକ୍ଷ ଓ ପରବର୍ତ୍ତୀ ସମୟରେ ପାଚେରୀ ଏବଂ ଖେଳ ଉପକରଣ ନିମନ୍ତେ ଲକ୍ଷାଧିକ ଟଙ୍କା ବିନିମୟରେ ନିର୍ମାଣ ହୋଇଥିଲା। ବହୁ ବର୍ଷ ହେଲା ବ୍ୟବହାରରେ ଆସୁନାହିଁ lବର୍ତ୍ତମାନ ତାହା ପାଳିଟିଛି ସରୀସୃପଙ୍କ ଗୋଚରଭୂମି ଓ ମଦୁଆ ମାନଙ୍କ ଆଡ୍ଡାସ୍ଥଳୀ l କଥାରେ ଅଛି ସରକାର କା ମାଲ ଦରିଆ ମେ ଡାଲ । ଏହା ନିର୍ମାଣ ହୋଇଥିଲା ସଂସଦ ସ୍ବର୍ଗତ ଲଡୁ କିଶୋର ସ୍ବାଇଁ ଙ୍କ ଅମଳରେ। । ହେଲେ ସେତ ଆଉ ନାହାନ୍ତି ଆମେ କାହିଁକି ରକ୍ଷଣାବେକ୍ଷଣ କରିବୁ। ହଁ ସେ ତ ନିର୍ମାଣ କରିଛନ୍ତି ହେଲେ ରକ୍ଷଣାବେକ୍ଷଣ କରିବା ଦାୟିତ୍ୱ କାହାର?ଏଠି ସାଧାରଣ ଜନତା ଙ୍କ ଟିକସ ରେ ଉଦ୍ୟାନ ନିର୍ମିତ ହୋଇଅଛି । ସାଧାରଣ ଜନତାଙ୍କ ଟିକସ ରେ ହୋଇଥିବା ପାର୍କ କାମରେ ଲାଗୁନାହିଁ l କଣ୍ଟ୍ରାକ୍ଟର ଓ ନେତା ତାଙ୍କ କମିଶନ ପାଇଁ ଚୁପ lତା ପରେ ରକ୍ଷଣାବେକ୍ଷଣ ହେଲେ କେତେ ନ ହେଲେ କେତେ।ବିଲ ହେଇଗଲା ପରେ କଣ୍ଟ୍ରାକ୍ଟର ଓ ନେତା ମାଲାମାଲ।ଏହି ପାର୍କ ନିକଟରେ ଏକ ହନୁମାନ ମନ୍ଦିର ଅଛି ପ୍ରତିଦିନ ଏହି ମନ୍ଦିର କୁ ଆସନ୍ତି ଶହ ଶହ ଶ୍ରଦ୍ଧାଳୁ,ବହୁ ଶିଶୁ ଓ ମହିଳା l ଏଠି ଶିଶୁ ଓ ମହିଳା ମlନେ କେତେ ସୁରକ୍ଷିତ?ପିଲାମାନେ ଖେଳିବେ କିପରି?ଏହି ଉଦ୍ୟାନ ରେ ସାପ ମାଳ ମାଳ ,ଏହି ଉଦ୍ୟାନ ରେ ନା ଅଛି ଲାଇଟ ର ସୁବିଧା ନା ପିଇବା ପାଣି ର ସୁବିଧା । ଏହି ପାର୍କ ବର୍ତ୍ତମାନ ପାଲଟିଛି ଭୁତ ଖେଳିବା ସ୍ଥାନ ,ଏ କଥା ଆମେ କହୁନୁ ଆମେ ଆପଣ ମାନଙ୍କୁ ଏହି ଭିଜୁଆଲ ମାଧ୍ୟମରେ ଦେଖେଇବୁ। ଏହା ପରେ ଆମେ କବିସୂର୍ଯ୍ୟନଗର NAC କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ପତିକ୍ରିୟା ନେଇଥିଲୁ ସେ ନିଜ ପତିକ୍ରିୟା ରେ ଜଣାଇଥିଲେ ଯେ ଆମେ ଆପନମାନଙ୍କ ଜରିଆରେ ଜାଣିଲୁ,ଏହାର ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ପୁନରୁଦ୍ଧାର କରିବୁ।ତେବେ ଏହି ପାର୍କ ର ପୁନରୁଦ୍ଧାର କେବେ ହେବ ତାହା ଦେଖିବାକୁ ବାକି ରହିଲା।

ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ରୁ ସନ୍ଦୀପ କୁମାର ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

 

 

Leave a Reply

Your email address will not be published. Required fields are marked *