ଫୋକସ ପ୍ଲସ (ଯାଜପୁର) ୦୮/୦୭/୨୦୨୨: ଯାଜପୁର ରୋଡ ଉମାପଦା ଗ୍ରାମର ସମୀର ରାୟ ଙ୍କ ବାସଭବନରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାଇ ବାବା ଙ୍କ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସାଇ ବାବାଙ୍କ କୃପାରୁ ସୁଖୀ ଦମ୍ପତି ସମୀର ରାୟ ଓ ତନୁଶ୍ରୀ ରାୟ ସମସ୍ତ ଶ୍ରଦ୍ଧାଳୁ ଙ୍କୁ ନିଜର ଭଲ ପାଇବା ସୂତ୍ର ରେ ବାନ୍ଧି ସାଇ ବାବା ଙ୍କ ପଞ୍ଚମ ତମ ବାର୍ଷିକୀ ଉତ୍ସଵ କୁ ମହା ଆଡମ୍ବର ରେ ପାଳନ କରିଛନ୍ତି l ଏହି ପାଲିଙ୍କି ଯାତ୍ରା ରେ ଉମାପଦା ଗ୍ରାମ ସମେତ ଯାଜପୁର ଜିଲ୍ଲା ର ସମସ୍ତ ଭକ୍ତ ଏକତ୍ରିତ ହୋଇ ସାଇ ବାବା ଙ୍କ ଗୁଣ ଗାନ କରିବା ସହ ଏହି ଯାତ୍ରା କୁ ସାଫଲ୍ୟ ମଣ୍ଡିତ କରିବା ରେ ସହଯୋଗ କରିଥିଲେ l ତିନି ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ଉତ୍ସବ ରେ ଭଜନ କୀର୍ତ୍ତନ, ସଂlସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ର ବ୍ୟବସ୍ତା ରହିଅଛି.ଅନେକ ଶ୍ରଦ୍ଧାଳୁ ବାବା ଙ୍କ ଭକ୍ତିରେ ଛୁଟି ଆସି ବାବାଙ୍କ ସାନିଧ୍ୟ ଲାଭ କରିଥିଲେ l ଯାଜପୁର ରୋଡ ପୋଲିସ ପ୍ରଶାସନ ସାହାଯ୍ୟ ର ହାତ ବଢ଼େଇଥିଲେ.ଆଗାମୀ ଦିନରେ ଏହି ଉତ୍ସବ ଟି ଆହୁରି ଭକ୍ତି ମୟ ପରିବେଷଣ ସୃଷ୍ଟି କରିବ ବୋଲି ଆୟୋଜକ ଶ୍ରୀ ସମୀର ରାୟ କହିଛନ୍ତି l
ବ୍ୟାସନଗର ରୁ ପଦ୍ମଲୋଚନ ନାୟକ ଫୋକସ ପ୍ଲସ |