ଫୋକସ ପ୍ଳସ(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବଢ଼ିଅ ପଞ୍ଚାୟତରେ ଶିକ୍ଷେତ୍ରୀ ବଦଳିକୁ ନେଇ ସ୍କୁଲ୍ ଗେଟ୍ରେ ତାଲା ପକାଇ ଛାତ୍ର ଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଛନ୍ତି। ଘଟଣା ଘଟିଛି କାକଟପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଜମ ଶ୍ରେଣୀ ମଧ୍ୟରେ ୪୦ ଜଣ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଥିବା ବେଳେ ଜଣେ ଶିକ୍ଷକ ଓ ଦୁଇଣ ଶିକ୍ଷୟତ୍ରୀ ନିଯୁକ୍ତିରେ ଅଛନ୍ତି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରିମଳନ ନ୍ଦ ୧୦ ରୁ ୨ ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟରେ ବ୍ୟସ୍ତ ରୁହୁଥିବା ବେଳେ ,ବିଦ୍ୟାଳୟରେ ପାଠ ପଢା ଠିକ୍ ହେଉନଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ |
ବିଦ୍ୟାଳୟର ଶିକ୍ଷୟତ୍ରୀ କେତକୀ ରାଉତ ଙ୍କୁ ବାଲିଆ କୁ ବଦଳି କରିଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି |ଅନ୍ୟ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଉ ବୋଲି ଦାବି କରି ସ୍କୁଲ୍ ଗେଟ୍ ରେ ତାଲା ପକାଇବା ସହ ଫାଟକ ଆଗରେ ହୋହାଲ୍ଲା କରିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ।
ମହାକାଳପଡା ରୁ ସମୀର ପ୍ରସାଦଙ୍କ ରିପୋର୍ଟ