ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ପାଠପଢ଼ା ବନ୍ଦ |

ଥୁଆମୂଳ, ରାମପୁର12/12/2023; ଶିକ୍ଷାବିଭାଗ ଙ୍କ ଅବହେଳା ହେତୁ ଗ୍ରାମାଞ୍ଚଳ ରେ କାର୍ଯ୍ୟ ରୋତ ଶିକ୍ଷକ ମାନଙ୍କ ବୈମାତୃକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଉଛି ଯାହାଫଳରେ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସ୍କୁଲକୁ ନିୟମିତ ନଯାଇ ନିଜ ନିଜ ବ୍ୟକ୍ତି ଗତ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ଯୋଗୁଁ ବିଦ୍ୟାଳୟ ଗୁଡ଼ିକ ପ୍ରାୟ ବନ୍ଦ ରହୁଛି। ଏଭଳି ଏକ ଅଭିଯୋଗ ସମ୍ନାକୁ ଆସିଛି ଥୁଆମୂଳରାମପୁର ବ୍ଲକ ବିରିକୋଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ତେନ୍ତୁଳିପଡା ଠାରେ ସୋମବାର ସ୍କୁଲ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ଏଠାରେ କାର୍ଯ୍ୟ ରୋତ ଶିକ୍ଷକ ମାନେ ଅନୁପସ୍ଥିତ ରହିଥିବା ବେଳେ ଦିନ ଯାକ ବିଦ୍ୟାଳୟରେ ତାଲା ଝୁଲି ପଡି ରହିଥିଲା ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ସହିତ ପାଠପଢିବାରୁ ବଞ୍ଚିତ ଥିଲେ । ଏନେଇ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରାଗଲା ପରେ ଘୋଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ସୁଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *