ଶବ କୁ ବାଇକି ରେ ବୋହି ନେଇ ଘରକୁ ଗଲେ ପରିବାର ଲୋକେ।

ଫୋକସ ପ୍ଲସ 6/4(କେନ୍ଦ୍ରାପଡା):ବ୍ୟବଚ୍ଛେଦ ପରେ ୬ ବର୍ଷ ର ଝିଅର ଶବ କୁ ବାଇକି ରେ ବୋହି ନେଇ ଘରକୁ ଗଲେ ପରିବାର ଲୋକେ। କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଛଚିଣା ଗାଁର ସୁନାକର କାଣ୍ଡିଙ୍କ ୬ ବର୍ଷର ଝିଅ ବୈଶାଳୀ କୁ ସକାଳୁ ବିଷଧର ସାପ କାମୁଡି ଦେଇଥିଲା। ଚିକିତ୍ସା ପାଇଁ ବୈଶାଳୀ କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ କୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଝିଅର ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ମହା ପ୍ରୟାଣ ଗାଡ଼ିରେ ନେବା ପରିବର୍ତେ ଝିଅର ବାପା ଓ ଦାଦା ନିଜ ବାଇକ ଯୋଗେ ଘରକୁ ନେଇଯାଇଥିଲେ। ତେବେ କଳା ଜରିରେ ଗୁଡା ହୋଇଥିବା ଶବ କୁ ଦେଖି ଲୋକେ ବାଇକ ଅଟକାଇବା ପରେ ସତ୍ୟାସତ୍ୟ ଜଣା ପଡିଥିଲା। ମୃତ ବୈଶାଳୀ ର ବାପା ସୁନାକର ଙ୍କ କହିବା ଅନୁଯାୟୀ ଶବ ବ୍ୟବଚ୍ଛେଦ ପରେ ତାଙ୍କୁ ନେଇଯିବା କୁ କୁହା ଯାଇଥିଲା। ତେଣୁ ସେ ବାଇକରେ ନେଇ ଆସିଲେ। ତେବେ କେଉଁ ପରିସ୍ଥିତିରେ ବାଇକରେ ଶବ ବୁହାଗଲା ତାହା ସ୍ପଷ୍ଟ ହୋଇ ନାହିଁ। ଏ ନେଇ ମେଡ଼ିକାଲ କତ୍ତୃପକ୍ଷ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।

ଡେରାବିଶ ବ୍ଲକ୍ ରୁ ଜିବେନ୍ଦୁ ମଲ୍ଲିକ ରିପୋର୍ଟ I

Leave a Reply

Your email address will not be published. Required fields are marked *