ଲୋକାର୍ପଣ ହେଲା ବିଜୁଙ୍କ ଡାକୋଟା

ଫୋକସ ପ୍ଲସ 5/3/23(ବ୍ୟୁରୋ):ଭୁବନେଶ୍ୱର ବିମାନବନ୍ଦର ପରିସରରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଭବିଷ୍ୟତ ପିଢିକୁ ପ୍ରେରଣା ଓ ଆଦର୍ଶ ଯୋଗାଇବ ବିଜୁବାବୁଙ୍କ ଡାକୋଟା । ଟଲ ମ୍ୟାନଙ୍କ ଡାକୋଟାକୁ ରାଜ୍ୟବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ । ଡାକୋଟାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ | ଆଜି ବିଜୁ ପଟ୍ଟନାୟକ ଜୟନ୍ତୀ | ଏହି ଅବସରରେ ଟଲ ମ୍ୟାନଙ୍କ ଡାକୋଟାକୁ ରାଜ୍ୟ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଭୁବନେଶ୍ୱର ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା ବିମାନକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନ କରାଯାଇଛି |ଆଗାମୀ ପିଢିକୁ ପ୍ରେରଣା ଓ ଆଦର୍ଶ ଯୋଗାଇବ ବିଜୁବାବୁଙ୍କ ଡାକୋଟା ।

ଓଡିଶା ମନେ ପକାଇବ ବିଜୁବାବୁଙ୍କ ଅଦମ୍ୟ ସାହାସ ଓ ବୀରତ୍ୱର କାହାଣୀ । ବିଜୁ ପଟ୍ଟନାୟକଙ୍କ ଦୁଃସାହସିକ ବିମାନ ଚାଳନା ଓ ଅଭୂତପୂର୍ବ ବ୍ୟକ୍ତିତ୍ୱର ଗୁଣଗାନ କରିବ ଓଡିଆଙ୍କ ଆଗାମୀ ପିଢି । ଭବିଷ୍ୟତ ପିଢି ପାଇଁ ପ୍ରେରଣା ଓ ଆଦର୍ଶ ପାଲଟିବ ଡାକୋଟା । ବିମାନବନ୍ଦର ପରିସର ଟର୍ମିନାଲ୍‌-୧ ଆଗରେ ୧.୧ ଏକର ଜାଗାରେ ଶୋଭା ପାଇବ ବିଜୁଙ୍କ ଡାକୋଟା | ତେବେ ନେହେରୁଙ୍କ ନିର୍ଦ୍ଦେଶରେ ଡାକୋଟାରେ ଇଣ୍ଡୋନେସିଆ ଯାଇଥିଲେ ବିଜୁ | ୨୦୧୭ ରୁ ରାଜ୍ୟ ସରକାର ଡାକୋଟାକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିଥିଲେ। ଦୀର୍ଘ ଦିନ ପରେ ଜାନୁଆରୀ ୧୬ ତାରିଖରେ କୋଲକାତାରୁ ଡାକୋଟା ଓଡ଼ିଶା ଫେରିଥିଲା । ଭୁବନେଶ୍ୱର ବିମାନବନ୍ଦର ପରିସରରେ ଥିବା ସରକାରୀ ହ୍ୟାଙ୍ଗରରେ ରଖି ଏହାର ମରାମତି କରାଯାଇଥିଲା । ଏରୋ ସ୍ପେସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥା ମାତ୍ର ୪୫ ଦିନରେ ଡାକୋଟାକୁ ସମ୍ପୂର୍ଣ୍ଣ ଖଞ୍ଜାଯାଇଛି ।

ସର୍ବସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ ହେଲା ସ୍ୱାଧୀନତା ସଂଗ୍ରାମୀ, ଆଧୁନିକ ଓଡ଼ିଶାର ନିର୍ମାତା, ଦୁଃସାହସିକ ପାଇଲଟ୍ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ‘ଡକୋଟା’ । ଏଣିକି ଡାକୋଟାର କାହାଣୀ ଜାଣିବେ ଦେଶ ବିଦେଶ ଲୋକେ । ଏଥିପାଇଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସବୁପ୍ରକାରର ବ୍ୟବସ୍ଥା ହୋଇଥିଲା । ଏହି ଲୋକାର୍ପିତ ଉତ୍ସବରେ ସାମିଲ ହୋଇଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଟୁକୁନି ସାହୁ, ପୋଲିସ ଡିଜି ଏବଂ ଅନ୍ୟ ଦଳୀୟ କର୍ମୀ |ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାର ଉନ୍ମେଚନ କରିଛନ୍ତି ।

ଗତ ଜାନୁଆରୀରେ ଭୁବନେଶ୍ୱର ଆସିଥିଲା ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । କୋଲକାତାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ବିମାନକୁ ଅଣାଯାଇଥିଲା । ଭୁବନେଶ୍ୱର ବିମାନବନ୍ଦର ସମ୍ମୁଖରେ ଏହାକୁ ରଖାଯାଇଛି । ବିଜୁ ବାବୁଙ୍କ ପ୍ରିୟ ବିମାନ ଥିଲା ଡାକୋଟା । ଡାକୋଟାରେ ଯାଇ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ । ଏହାସହ ପାକିସ୍ତାନ ଓ ଚୀନ୍ ସହ ଯୁଦ୍ଧ ବେଳେ ସୀମାନ୍ତରେ ଲଢ଼ୁଥିବା ଭାରତୀୟ ସେନାଙ୍କ ପାଇଁ ବିଜୁବାବୁ ନିଜେ ଡାକୋଟାରେ ଖାଦ୍ୟ ଓ ଯୁଦ୍ଧାସ୍ତ୍ର ପହଞ୍ଚାଇଥିଲେ । ଦୀର୍ଘବର୍ଷ ଧରି ପଡିରହିବା ଯୋଗୁଁ ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିଲା । ଭୁବନେଶ୍ୱର ଅଣାଯିବା ପରେ ବିମାନର ମରାମତି ଓ ରଙ୍ଗ କାମ ହୋଇଛି ।

Leave a Reply

Your email address will not be published. Required fields are marked *