ଫୋକସ ପ୍ଲସ (ଭଦ୍ରକ): ବିଭିନ୍ନ ପୂଜା ମଣ୍ଡପରେ ଗୁଲମୁଖୀଙ୍କ ପାଇଁ ଧୁମଧାମରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଥିଲା। ଏହାକୁ ଦେଖି ବିଜେଡି ଶିବିରରେ ହୋଇଚଇ ସୃଷ୍ଟି ହୋଇଛି |ଭଦ୍ରକ ନିର୍ବାଚନମଣ୍ଡଳୀରେ ଗୁଲମୁଖୀଙ୍କ ଲୋକପ୍ରିୟତା ବୃଦ୍ଧି।ଅନୁଷ୍ଠିତ ଦୁର୍ଗାପୂଜା ସମୟରେ ସମସ୍ତ ପୂଜା ମଣ୍ଡପ ସମେତ ଭଦ୍ରକ ପୋୖରପାଳିକା ଏବଂ ପଞ୍ଚାୟତରେ ବିଧାୟକଙ୍କ ଅପେକ୍ଷା ପୋୖରାଧ୍ୟକ୍ଷା ଗୁଲମୁଖୀଙ୍କୁ ଧମାକାଦାର ସ୍ଵାଗତ କରିଛନ୍ତି ସ୍ଥାନୀୟ ଲୋକେ। ଯାହାକୁ ଦେଖି ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଜଳା ପୋଡା ଆରମ୍ଭ ହୋଇଛି ।
ଗତକାଲି ଦଶହରା ଅବସରରେ ଭଦ୍ରକ ବ୍ଲକ ଦୈସିଂ ଗ୍ରାମପଞ୍ଚାୟତ ଓ କାଉପୁର୍ ଗ୍ରାମପଞ୍ଚାୟତରେ ଥିବା ବିଭିନ୍ନ ପୂଜା ମଣ୍ଡପରେ ଗୁଲମୁଖୀଙ୍କୁ ବାଜା, ରୋଷଣୀ ଓ ଫୁଲ ମାଳରେ ସ୍ଵାଗତ କରାଯାଇଥିଲା | ଯାହା ଜଣାପଡୁଛି ଏବେକା ସ୍ଥିତିରେ ମାନ୍ୟବର ବିଧାୟକଙ୍କୁ ପଛରେ ପକାଇ ଗୁଲମୁଖୀଙ୍କ ସମର୍ଥନରେ ଅଧିକ ଜନ ସମାବେଶ ହେଉଥିବା ଆଗାମୀ ଦିନରେ ଭଦ୍ରକ ରାଜନୀତିରେ ପରିବର୍ତ୍ତନ ନିଶ୍ଚିତ ବୋଲି ଚାଲିଛି ଚର୍ଚ୍ଚା ।
ଭଦ୍ରକରୁ ଅସିତ ରଞ୍ଜନ ଓଝାଙ୍କ ରିପୋର୍ଟ