ଲୋକଙ୍କ ପାଇଁ ଘାତକ ସାଜିଛି ଷ୍ଟ୍ରୋକ

ଫୋକସ ପ୍ଲସ 11/3/23(ବ୍ୟୁରୋ): ଉଗ୍ର ଆଧୁନିକତାର ଛାପ ଅନିୟନ୍ତ୍ରିତ ଜୀବନ ଶୈଳୀ ମଣିଷକୁ ବର୍ତ୍ତମାନ ବିପଦ ଆଡକୁ ଠେଲି ଦେଉଛି ,ଆଜିର ମଣିଷ ବିତାଉଥିବା ଜୀବନଶୈଳୀ ଅଜାଣତରେ ତାକୁ ମୃତ୍ୟୁ ମୁଖକୁ ଠେଲି ଦେଉଛି,ଆଜି ଆମେ ଜାଣିବା ବର୍ତ୍ତମାନ ସମୟରେ ସାଂଗତିକ ସାଜିଥିବା ଘାତକ ଷ୍ଟ୍ରୋକ ବିଷୟରେ ,ଏ ସବୁର କାରଣ ନିଜର କୁଅଭ୍ୟାସ ,ନୀତି ଦିନିଆ ଜୀବନ ଶୈଳୀରେ ପରିବର୍ତ୍ତନ,ସାଙ୍ଗକୁ ଶାରୀରିକ ନିଷ୍କ୍ରିୟତା ଏବଂ ମେଦବହୁଳତା ,କୋଲେଷ୍ଟ୍ରଲ ଅସନ୍ତୁଳନ,ସିଗାରେଟ୍ ଧୂମପାନ ,ମଧୁମେହ ସାଙ୍ଗକୁ ପ୍ରମୁଖ କାରଣ ଉଚ୍ଚ ରକ୍ତଚାପ,ତେବେ ଏହାକୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି

ଯେ ଭାରତରେ ଷ୍ଟ୍ରୋକ୍‌ ଯୋଗୁ ପ୍ରତି ୪ ମିନିଟରେ ଜଣଙ୍କର ମୃତ୍ୟୁ ଘଟୁଛି। ବର୍ତ୍ତମାନ ଏହା ଦେଶରେ ଘଟୁଥିବା ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ପାଲଟିଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ)ର ନ୍ୟୁରୋଲୋଜିଷ୍ଟ (ମସ୍ତିଷ୍କ ରୋଗ ବିଶେଷଜ୍ଞ) ପ୍ରଫେସର ଏମ୍‌.ଭି. ପଦ୍ମା ଶ୍ରୀବାସ୍ତବ କହିଛନ୍ତି।

ତେବେ ପ୍ରତିବର୍ଷ ଦେଶରେ ୧,୮୫,୦୦୦ ଜଣ ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି। ସେହିପରି ପ୍ରତି ୪୦ ସେକେଣ୍ଡରେ ଜଣଙ୍କୁ ଷ୍ଟ୍ରୋକ୍‌ ଆସିଥାଏ। ଗ୍ଲୋବାଲ୍‌ ବଡର୍ନ ଡିଜିଜ୍‌ (ଜିବିଡି) ତଥ୍ୟ ମୁତାବକ ୬୮.୬% ଷ୍ଟ୍ରୋକ୍‌ ଭାରତୀୟଙ୍କଠାରେ ଦେଖାଯାଉଥିବାବେଳେ ଏଥିରୁ ୭୦.୯%ଙ୍କ ଷ୍ଟ୍ରୋକ୍‌ ଯୋଗୁ ମୃତ୍ୟୁ ହେବା ସହ ୭୭.୭% ଅସୁସ୍ଥ ହୋଇପଡ଼ୁଛନ୍ତି। ବର୍ତ୍ତମାନ ସମୟରେ ବୟସ୍କଙ୍କ ତୁଳନାରେ କମ୍‌ ଓ ମଧ୍ୟ ବୟସ୍କଙ୍କ ପାଇଁ ଷ୍ଟ୍ରୋକ୍‌ ଘାତକ ସାଜିଛି। ଜିବିଡି ରିପୋର୍ଟ ଅନୁସାରେ ବିଶ୍ୱରେ ବର୍ଷକୁ ୨୦ ବର୍ଷରୁ କମ୍‌ ବୟସର ୫୨ ଲକ୍ଷ ପିଲା ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି।
ଡାକ୍ତରଖାନାଗୁଡ଼ିକରେ ସ୍ବାସ୍ଥ୍ୟସେବାର ଅଭାବ ଯୋଗୁ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ଲୋକଙ୍କ ମୃତ୍ୟୁ ଘଟୁଥିବା ଲକ୍ଷ୍ୟ କରାଯାଇଛି। ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଲୋକମାନେ ଏହା ଦ୍ୱାରା ଅଧିକମାତ୍ରାରେ ପ୍ରଭାବିତ ହେଉଛନ୍ତି। ମାନସିକ ଚାପ ଷ୍ଟ୍ରୋକ୍‌ର ମୁଖ୍ୟ କାରଣ। ଅନ୍ୟପକ୍ଷେ କୋଭିଡ୍‌ ମହାମାରୀ ପରଠାରୁ ଷ୍ଟ୍ରୋକ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଆମେରିକାର ଥୋମାସ ଜେଫରଶନ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ତେବେ ଆପଣ ଡାକ୍ତର ନ୍କ ପରାମର୍ଶ ନେବା ସହ ନିଜର ଜୀବନ ଶୈଳୀରେ ଉତ୍ତମ ପରିବର୍ତ୍ତନ ଅଣାନ୍ତୁ ,ଏବଂ କୁ ଅଭ୍ୟାସ ଦୂର କରନ୍ତୁ ସବୁ ସମସ୍ୟା ଆପେ ଆପେ ଦୁରେଇ ଯିବ

Leave a Reply

Your email address will not be published. Required fields are marked *