ଲୁଟ -ଲୁଣ୍ଠନ ଶୋଷଣ ଏଵଂ ଦମନ

ଫୋକସ ପ୍ଲସ 16/4/23(ବ୍ୟୁରୋ): ଏବେ ଓଡିଶାର ଭୂଷଣ ..
ସତ କହିବା ପାଇଁ ଅନୁମତି ଦେଇଛି ମୋ ସମାଜ, କିନ୍ତୁ ଅପ୍ରିୟ ସତ୍ୟ କହିବାକୁ ନୁହେଁ,
ମୁଁ ମୋ ଗାଁ ଓ ଆଖ-ପାଖ ଗାଁ ,ପଞ୍ଚାୟତ ଏବଂ
ରାଜ୍ୟ ରାଜଧାନୀ ଭୁବନେଶ୍ୱର ରୁ ରହି ୪ ଦଶନ୍ଧି ଧରି ଦେଖୁଛି
ଗଣତନ୍ତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା କୁ ।
ସବୁ ଓଲଟପାଲଟ, ରାଜନୈତିକ ନେତା ଏବଂ
ସେମାନଙ୍କ ଚାଲ, ଚରିତ୍ର ଓ ଚଳନୀ କୁ,
ଗଣମାଧ୍ଯମ ସହ ଯୋଡି ହୋଇଥିବା ବ୍ୟକ୍ତି ଓ ବ୍ୟକ୍ତିତ୍ଵ ଙ୍କୁ,
ସମାଜସେବୀ ଭାବେ ନିଜେ ନିଜ ପାଇଁ ସୃଷ୍ଟି କରିଥିବା
ପଦ-ପଦବୀ ଧାରୀ ଙ୍କୁ ।
ରାଜନୀତି, ସାମ୍ବାଦିକତା ଏବଂ ସମାଜସେବା ସହ ଥିବା
ଶହେରୁ ଏକ ପ୍ରତିଶତ ଦୁଃଖଦ ଜୀବନ ବିତାଉଛନ୍ତି।
କର୍ପୋରେଟ ଜଗତର ସ୍ତାବକ, ଘୋଷକ ଏବଂ ଅନୁଗତ
ଭୃତ୍ୟ ହେଲେ ସମସ୍ତ ପାର୍ଥୀବ ଦୁଃଖରୁ ମୁକ୍ତି,
ଏହା ମଧ୍ଯରେ କନିଷ୍ଠ ବଂଧୁ , ଫୋକସ ପ୍ଲସ ର ମୁଖ୍ୟ ସଂପାଦକ ତଥା ଦୈନିକ ସଂବାଦପତ୍ର ଆଞ୍ଚଳିକ ଖବର ର ସଂପାଦକସୁଧାଂଶୁ ଶେଖର ରାଉତ ଜେଲ ରେ, ସାକ୍ଷାତ କରିବା ପାଇଁ ଅନୁମତି ମିଳୁନି,
ପୂର୍ବରୁ ବଡ ଖବର ର ମୁଖ୍ୟ ସଂପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ
ଜେଲ ଯିବାକୁ ପଡିଥିଲା।
ଦୋଷ ଥିଲା ସରକାର ଙ୍କ ଲୋକ ବିରୋଧୀ ନୀତି ବିରୋଧରେ ଲୋକ ମତ ଆଧାର ରେ
ଅସହମତି ପ୍ରକାଶ କରିବା,
ଏବେ ଏବେ ଖବର ପାଉଛି
ଭାଷ୍କର ୱେବ ଚ୍ୟାନେଲ ର ଯାଜପୁର ଜିଲ୍ଳା ପ୍ରତିନିଧି
ଜ୍ୟୋତି ପ୍ରକାଶ ମିଶ୍ର ଶାସକ ବିଜୁ ଜନତା ଦଳର
ରୋଷର ଶୀକାର ହୋଇ ମିଛ ମାମଲା ରେ ସେ ଚ୍ଛନ୍ଦି ହୋଇଛନ୍ତି ବା ତାଙ୍କୁ ଛନ୍ଦି ଦିଆଯାଇଚ୍ଛି ।
ଗତକାଲି ଆଉ ଗୋଟିଏ ଖବର ପାଇଲି
ଯାଜପୁର ଜିଲ୍ଲା ବିଂଝାରପୁର ରୁ
ନିଉଜ world ଓଡ଼ିଆ ୨୪ ୱେବ ଚ୍ୟାନେଲ ର
ମୁଖ୍ୟ ସଂପାଦକ ଲତିଭ୍ କୁମାର ଓ ଝା ଙ୍କୁ ଶାସକ
ବିଜୁ ଜନତା ଦଳ ର ଜଣେ କର୍ମୀଙ୍କ ହତ୍ୟା ଧମକ ସହ
ଦଳିତ ନିର୍ଯାତନା ମାମଲା ରେ ଫସାଇ ଦେବା ପାଇଁ
ଉଦ୍ୟମ ।
ସାମ୍ବାଦିକ ଓ ସାମ୍ବାଦିକ ସଂଘର କର୍ମକର୍ତ୍ତା ନିରବ,
ସାମାଜିକ ଓ ମାନବାଧିକାର କର୍ମୀ ମଧ୍ଯ ନିରବ।
ପାହାଡ ଲୁଟ୍
ଖଣି ଲୁଟ୍
ବାଲିଲୁଟ୍
ଶହ ଶହ ସଂଖ୍ୟା ର ୫୦ ବର୍ଷର ଗଛ କଟା
ଅଥଚ ପ୍ରତିବାଦ ନାହିଁ।
ଜଙ୍ଗଲଜମି ରେ ବ୍ୟବସାୟ
ପ୍ରତିବାଦ କାରୀ ଙ୍କୁ ମିଳୁନି ନ୍ୟାୟ।
ବିଧାୟକ/ ସାଂସଦ ନିଜ ଦଳ ର କର୍ମୀ ଙ୍କୁ ବିଶ୍ୱାସ କରିନପାରି
ଦାଦା ଏବଂ ଭାଇ ଙ୍କୁ କରୁଛନ୍ତି ପ୍ରତିନିଧି ।
ପ୍ରତିଦିନ ଅପରାଧ ଓ ଅପରାଧୀ ଙ୍କ ସଂଖ୍ୟା ବଢୁଛି।
ସରକାରୀ ଦଳ ଏବଂ ପ୍ରମୁଖ ବିରୋଧୀ ଦଳ ମୁହଁରୁ ଶୁଭୁଛି
ଗଣତନ୍ତ୍ର ର ଜୟ.. ଜୟକାର ।
କିନ୍ତୁ କାର୍ଯ୍ୟର ନେତା ଦେଖାଇ ଚାଲିଛନ୍ତି
ରାଜତନ୍ତ୍ରର ଉଦାହରଣ।
ଲୁଟ୍ -ଲୁଣ୍ଠନ
ଶୋଷଣ ଏବଂ
ଦମନ ଏବେ ଓଡିଶାର ଭୂଷଣ,

ଆଉ କେତେଦିନ ??
ଆଗାମୀ ପିଢୀ ଲେଖିବେ ତ
କଳା ଓ କଳଙ ର ଇତିହାସ !
କିଏ ନୁହଁ ଦେବାଳିଆ
କିଏ ନୁହଁନ୍ତି ଅଇଁଠା ଖିଆ ଦଲାଲ,ସ୍ତାବକ ଏବଂ ଚାଟୁକାର
ଏବଂ କିଏ ନିର୍ଭୀକ
ଉତ୍କଳ ଜନନୀ ର ସଚ୍ଚୋଟ ସନ୍ତାନ
କିଏ ଚରଣ ପଟ୍ଟନାୟକ ଏବଂ
କିଏ ଜୟୀ ରାଜଗୁର ଙ୍କ ଦାୟାଦ ??

Leave a Reply

Your email address will not be published. Required fields are marked *