ଲିଭ୍ ଇନ୍ ପାର୍ଟନରକୁ ହତ୍ୟା କରି ଫ୍ରିଜରେ ରଖିଲା ପ୍ରେମିକ

ଫୋକସ ପ୍ଲସ 15/2/23( ବ୍ୟୁରୋ):ଦିଲ୍ଲୀରେ ପୁଣି ଏକ ବିଭତ୍ସ ହତ୍ୟା । ଶ୍ରଦ୍ଧା ହତ୍ୟା ଘଟଣାର ହେଲା ପୁନରାବୃତ୍ତି । ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ । ପ୍ରେମିକାକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା ୨୪ ବର୍ଷୀୟ ପ୍ରେମିକ ସାହିଲ ଗେହଲଟ । ସାହିଲଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ନଜଫଗଡ୍‌ ମିତ୍ରୋନ୍‌ ଗାଁରେ ଘଟିଛି ଶ୍ରଦ୍ଧାପୁନୱାଲ ହତ୍ୟାକାଣ୍ଡର ପୁନରାବୃତ୍ତି । ସାହିଲ ପ୍ରେମିକା ନିକ୍କି ଯାଦବଙ୍କ ସହ ଦୀର୍ଘବର୍ଷ ହେବ ଏକାଠି ରହୁଥିଲେ । ହେଲେ ସାହିଲଙ୍କ ପରିବାର ଏହି ବିବାହକୁ ବିରୋଧ କରିବା ସହ ଅନ୍ୟତ୍ର ବାହାଘର ଠିକ କରିଥିଲେ । ଅଭିଯୁକ୍ତ ତାଙ୍କ ସମ୍ପର୍କ ବିଷୟରେ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇ ନଥିଲେ। ସାହିଲଙ୍କ ପରିବାର ତାଙ୍କୁ ଅନ୍ୟ କିଛି ମହିଳାଙ୍କ ସହ ବିବାହ କରିବାକୁ ଚାପ ପକାଉଥିଲେ ଏବଂ ଫେବୃଆରୀ ୧୦ ରେ ତାଙ୍କ ବିବାହ ତାରିଖ ଚୂଡାନ୍ତ କରିଥିଲେ। ଯେତେବେଳେ ନିକି ଏହା ବିଷୟରେ ଜାଣିଲେ ସେତେବେଳେ ସେ ସାହିଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ଏହି ଯୋଡିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପୋଲିସର ସୂଚନାନୁସାରେ, ସାହିଲ ତାଙ୍କ କାରରେ ରଖାଯାଇଥିବା ମୋବାଇଲ ଫୋନର ଡାଟା କେବୁଲ ସାହାଯ୍ୟରେ ନିକ୍କିଙ୍କୁ ଗଳା କାଟି ହତ୍ୟା କରିଥିଲେ ପୁଲିସ ମଙ୍ଗଳବାର ଢାବାରେ ପହଞ୍ଚି ଫ୍ରିଜରୁ ମହିଳାଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି ।

 

Leave a Reply

Your email address will not be published. Required fields are marked *