ଫୋକସ ପ୍ଲସ 15/12/2022(ଅନୁଗୋଳ):ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଭାଲିଆବେଡା ଗ୍ରାମରେ ଦେଖା ଦେଇଛି ଏମିତି ଏକ ଅଭାବନୀୟ ଘଟଣା । ଭାଲିଆବେଡା ଗ୍ରାମର ୩୫ ବର୍ଷିୟା ବିବାହିତା ମହିଳା ମିତାରାଣୀ ସାହୁ ଆଜକୁ ପ୍ରାୟ ଉଣେଇଶି ବର୍ଷ ପୂର୍ବରୁ ନିଜ ଗ୍ରାମରେ ବୈଦିକ ରୀତିରେ ଭୁବୁନି ସାହୁଙ୍କୁ ବିବାହ କରିଥିଲେ । ସ୍ୱାମୀ ସ୍ତ୍ରୀ ପୁଅ ଓ ଝିଅ ସହ ଖୁବ୍ ଖୁସିରେ ଚାଲିଥିଲା ମିତାରାଣୀ ସାହୁଙ୍କ ପରିବାର । ତାଙ୍କର ହସ ଖୁସିର ସଂସାରରେ ହଠାତ୍ କଳା ବାଦଲ ହୋଇ ଚାଲି ଆସନ୍ତି ଭାଲିଆବେଡା ଗାଁ ର ୪୦ ବର୍ଷିୟ ବିବାହିତ ଯୁବକ ଶୁକାନ୍ତ ସାହୁ । ମିତାରାଣୀଙ୍କ ଅଭିଯୋଗ ଅନୁସାରେ ମେ’ ମାସ ସାତ ତାରିଖ ରାତିରେ ମିତାରାଣୀ ବାହାରକୁ ପରିସ୍ରା ଆସିଥିବା ବେଳେ ଘର ବାହାରେ ପୂର୍ବରୁ ଜଗି ରହିଥିଲା ସୁକାନ୍ତ । ପାଟି ବନ୍ଦ କରି ଉଠେଇ ନେଇ ଏକ କାର୍ ଯୋଗେ ଭୁବନେଶ୍ବର ନେଇ ଯାଇଥିଲେ ଶୁକାନ୍ତ । ଡୁମୁଡୁମା ଅଞ୍ଚଳରେ ଭଡାଘର ନେଇ ଚାରି ମାସ ଧରି ବାରମ୍ବାର ଦିନକୁ ଚାରି ରୁ ପାଞ୍ଚଥରଶାରୀରିକ ସଂପର୍କ ରଖିଥିଲେ । ଗତ ନଭେମ୍ବର ମାସ ଦଶ ତାରିଖ ମିତାରାଣୀଙ୍କୁ ମାଡ ମାରି ବେହୋସ୍ କରି ସେଠାରୁ ଛାଡି ଚାଲି ଆସିଥିଲେ ଶୁକାନ୍ତ । ଚେତା ଫେରିବା ପରେ ଘର ଭିତରେ କେହି ଚିତ୍କାର କରୁଥିବା ଶୁଣି ଘର ମାଲିକ ଓ ପଡୋଶୀ ଯୁବକଙ୍କ ଦ୍ଵାରା ଉଦ୍ଧାର ହେବା ପରେ ସେ ତାଙ୍କ ସହ ଘଟିଥିବା ସମସ୍ତ ଘଟଣା କହିଥିଲେ । ଏବଂ ସେହି ବ୍ୟକ୍ତି ଜଣକ ମିତାରାଣୀଙ୍କୁ ତାଙ୍କ କରଡ଼ାଖମଣ ଗାଁ ରେ ରହୁଥିବା ଦାଦାଙ୍କ ଘରେ ଆଣି ଛାଡି ଯାଇଥିଲେ । ମିତାରାଣୀ ୩ ନଭେମ୍ବର ଦିନ ଏ ଘଟଣାକୁ ନେଇ ରେଙ୍ଗାଳି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ରେଙ୍ଗାଳି ପୋଲିସ ଏକ କେସ୍ ରୁଜୁ କରି ଫେରାର୍ ଥିବା ଶୁକାନ୍ତ କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି । ଏହି ଘଟଣା ଅଭିଯୋଗ ର ଏକ ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ଶୁକାନ୍ତର କୌଣସି ପତ୍ତା ପାଉନି ପୋଲିସ । ଶୁକାନ୍ତ ଫେରାର ଥିବାବେଳେ ଅଭିଯୁକ୍ତ କୁ ଗିରଫ କରାଯିବା ପାଇଁ ଦାବିକରି ପାଞ୍ଚ ଦିନ ହେଲା ଶୁକାନ୍ତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ମିତାରାଣି।
