ଲଜ୍କୁଳିଲତାର ମଧୁମେୟ ରାଗରେ ବେବହାରିତା |

ସ୍ୱାସ୍ଥ୍ୟ24/11/2023; ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି। ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି। ଆଜି ଆମେ ଆପଣମାନଙ୍କୁ ଲାଜକୁଳୀ ଲତା ବିଷୟରେ କହିବାକୁ ଯାଉଛୁ। ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି । ଲାଜକୁଳିର ଫୁଲ ପତ୍ର ଓ ମଝିଭାଗ ଅନେକ ରୋଗରୁ ବଞ୍ଚିବା ପାଇଁ ବ୍ୟବହାର କରାଯାଏ । ମଧୁମେହରେ ପୀଡିତ ବ୍ୟକ୍ତିକୁ ଏହା ଔଷଧ ରୂପରେ ଦିଆଯାଏ । ମଧୁମେହରେ ପୀଡିତ ବ୍ୟକ୍ତି ଏହାର ପତ୍ରର ରସକୁ ସେବନ କଲେ ବହୁ ଫାଇଦା ମିଳିଥାଏ ବୋଲି ଆୟୁର୍ବେଦରେ ଲିଖିତ ଅଛି । ଏହା ସହିତ କାଶ ହେଉଥିଲେ ଏହି ପତ୍ରର ରସକୁ ଗଳାରେ ଲଗାଇଲେ ତାହା ଭଲ ହୋଇଯାଏ । ପେଟରେ ପଥର ଜମିଯାଇଥିଲେ ଲାଜକୁଳୀ ଲତାର ରସକୁ ସେବନ କଲେ ପେଟ ଭିତର ପଥର ଧୀରେ ଧୀରେ ନଷ୍ଟ ହେଇଯାଇଥାଏ । ଏହାକୁ ଦିନରେ ଦୁଇ ତିନିଥର ଦେଲେ ତାହା ପଥରକୁ ଭାଙ୍ଗି ବାହାରକୁ ବାହାର କରିଦେବ । ଏହାର ସେବନରେ ମଧ୍ୟ ହାଡ଼ ମଜଭୁତ ହୁଏ । ଲାଜକୁଳିର ଉପଯୋଗ ଛାତି କ୍ୟାନସର ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଦାନ୍ତ ବିନ୍ଧା ହେଉଥିଲେ ଲାଜକୁଳୀ ଲତାର ମଝିଭାଗକୁ ପାଣିରେ ପକାଇ ସେଇ ପାଣିକୁ ପାଟିରେ କୁଳୁକୁଳି କଲେ ଦାନ୍ତ ବିନ୍ଧା ସଙ୍ଗେ ସଙ୍ଗେ କମିଯାଏ । ଶରୀରରେ ଘା ହେଇଥିଲେ ଲାଜକୁଳୀ ଲତାର ପତ୍ରକୁ ବାଟି ତାର ରସକୁ ଘା ଉପରେ ଲଗାଇଲେ, ବହୁତ ଜଲଦୀ ଘା ଶୁଖି ଯାଇଥାଏ ।

Leave a Reply

Your email address will not be published. Required fields are marked *