ଫୋକସ ପ୍ଲସ(ବାଲେଶ୍ୱର)୨୦/୦୮/୨୦୨୨: ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରେ ଲଘୁଚାପଜନିତ ଜୋର ପବନ ଯୋଗୁଁ ଅନେକ ଖ୍ୟତି। ପତ୍ରଝଡ଼ା ପଞ୍ଚାୟତ ର ବିଦ୍ୟାଧରପୁର ଗ୍ରାମରେ ଲଘୁଚାପ ବର୍ଷା ଓ ପବନ ରେ ଗଛ ପଡ଼ି ବହୁ ଘର ନଷ୍ଟ। ତହସିଲଦାର କରୁଛନ୍ତି ସ୍ଥିତିର ଅନୁଧ୍ୟାନ । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଅଚାନକ ଲଘୁଚାପ ଜନିତ ବର୍ଷା ଓ ପବନ ଆରମ୍ଭ ହୋଇଥିଲା ,ଧୀରେ ଧୀରେ ପବନର ବେଗ ବୃଦ୍ଧି ପାଇ ବ୍ଲକର ବିଦ୍ୟାଧରପୁର , ମଙ୍ଗଳପୁର,ମହାଦେବସରାଇ,ବ୍ରାହ୍ମଣଦା,ତଳତାପଣ୍ଡା , ପ୍ରଭୃତି ଅନେକ ଗ୍ରାମ ରେ ବଡ଼ବଡ଼ ଗଛ ଉପାଡି ପଡ଼ିବା ଫଳରେ, ବିଦ୍ୟାଧରପୁର ଗ୍ରାମ ର ଅବଦୁଲ ସଲିମ, ଅବଦୁଲ ଇସଲାମ,ସେକ ଗୟାସୁଦ୍ଦିନ ମଙ୍ଗଳପୁର ଗ୍ରାମର ମୁକ୍ତାର ଖାଁ,ଇନତାଜ ଖାଁ, ମହାଦେବସରାଇ ଗ୍ରାମ ର ସେକ ଫିଆଜୁଦ୍ଦିନ ଙ୍କ ଘର ଉପରେ ଗଛ ପଡିରହିଥିବା ବେଳେ ଅନେକ ମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି। ତେବେ ବସ୍ତା ତହସିଲଦାର ସ୍ଥିତିର ଅନୁଧ୍ୟାନ କରୁଥିବା ଜଣାପଡିଛି।
ବାଲେଶ୍ୱର ଜିଲ୍ଲା ବସ୍ତା ରୁ ଚାନ୍ସେଲର ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ |