ଫୋକସ ପ୍ଲସ(କୋଟଗଡ଼)୧୬/୦୮/୨୦୨୨: କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା କୋଟଗଡ ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ୭ ଦିନ ଧରି ଲାଗି ରହିଛି, ହେଲେ କମିବାର ନା ଧରୁନାହିଁ। ଜନ ଜୀବନ ସହ ଗୃହପାଳିତ ପ୍ରାଣୀଙ୍କ ବହୁ କ୍ଷୟକ୍ଷତି ହୋଇଥିବା ଦେଖୀବାକୁ ମିଳୁଛି। ପାହାଡ଼ ପାଣି ଆସି ରାସ୍ତା ଭାଙ୍ଗି ଦେଇଛି ତ କେଉଁଠି ଗଛ ପଡି ଜାତାୟତ ବିଛିନ୍ନ ହୋଇଛି , ପୁଣି କଉଠି ନଦୀ ବଢି ପୋଲ ଭାଙ୍ଗି ଦେଲାଣି। କଉଠି କଉଠି କାହା ଘର ଭାଙ୍ଗି ବାସହରା ହେବା ଦେଖୀବାକୁ ମିଳିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋଟଗଡ଼ ବ୍ଲକ ଜୁଡ଼ାବାଲି ଗ୍ରାମ ପଞ୍ଚାୟତ ମହକୁମାରେ। ଜୁଡ଼ାବାଲି ଗ୍ରାମର ଆଠ ପରିବାରର ଘର ଭାଙ୍ଗି ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଛନ୍ତି। ବ୍ଲକ ମହକୁମାଠାରୁ ଜୁଡ଼ାବାଲି ପଂଚାୟତ ମହକୁମାର ଦୂରତା ପ୍ରାୟ ବାର କିଲୋମିଟର ମାତ୍ର। ଘର ଭାଙ୍ଗି ଥିବା ୮ପରିବାର ସଦସ୍ୟ ମାନେ ହେଲେ ମୁଣ୍ଡାସହିର ପିଚିଲା ମାଲିକ, ସଂଜୀବ ମଳିକ, ଦିବିଲି ମଳିକ ,ବଡସାହିର ମହେନ୍ଦ୍ର ଗାଉଟିଆ , ନରେନ୍ଦ୍ର ପାଟମାଝି ,ସଦା ମଳିକ, ପଞ୍ଚାୟତ ସାହିର ତ୍ରିନାଥ ମାଝି। ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ଫଳରେ ଏହି ସବୁ ପରିବାର ସଦସ୍ୟ ବହୁ ଅସୁବିଧାରେ ଥିବା ଜଣାପଡିଛି। ବର୍ଷା ଝଡ଼ିରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ବାହାରେ ପଡିରହିଛି । ସରକାରୀ ସହାୟତ କୁ ଅନେଇ ବସିଛନ୍ତି କିନ୍ତୁ ଏବେସୁଧା କୌଣସି ପ୍ରସାଶନିକ ଅଧିକାରୀ ଙ୍କ ଦେଖା ମିଳୁନି । ଏଣୁ ଅତିଶୀଘ୍ର ସହାୟତା ଯୋଗାଇ ଦେବାକୁ ଅଂଚଳ ବାସୀ ପକ୍ଷରୁ ଦାବି ହେଉଛି।
