ଲଗାଣ ବର୍ଷାରେ ଭାସିଗଲା କନୂଆଗାଁ କାଠ ପୋଲ

ଫୋକସ ପ୍ଲସ(ବାଲିଗୁଡା)୦୮/୦୮/୨୦୨୨:କନୂଆଗାଁ ବ୍ଳକ ଗୁଞ୍ଜିବାଡି ପଞ୍ଚାୟତର ଲକେବାଡି ଠାରୁ ବିରିନ୍ଦାପଡାକୁ ଜାତାୟତ ପାଇଁ କାଲିପେନୁ ଚିରସ୍ରୋତ ନାଳରେ ଲୋକମାନେ ମିଶି ଅସ୍ଥାୟୀ ପୋଲ ନିର୍ମାଣ କରିଥିଲେ ।ଏହି ପୋଲ ମାଧ୍ୟମରେ ଛଅରୁ ସାତଖଣ୍ଡ ଗ୍ରାମର ଲୋକମାନେ ଯିବାଆସିବା କରୁଥିଲେ।ଏହି ଗ୍ରାମମାନଙ୍କରେ ପ୍ରାୟ ପଚାଶରୁ ଉଦ୍ଧ ପରିବାର ବସବାସ କରୁଛନ୍ତୀ ।କନ୍ଧମାଳ ଜିଲ୍ଲାରେ ଲଘୁଚାପ ବର୍ଷା ଲାଗିରହିଥିଲା ବେଳେ ଗତକାଲି ପ୍ରବଳ ବର୍ଷାରେ ନାଳରେ ପ୍ରବଳ ବନ୍ୟାଜଳ ଆସିବାରୁ ଅସ୍ଥାୟୀ ପୋଲଟି ପାଣିରେ ଭାସି ଯାଇଥିଲା ।ଯାହାଫଳରେ ଏହି ଗ୍ରାମବାସୀ ମାନେ ନୂଆଗାଁ ବ୍ଳକର ବିଭିନ୍ନ କାଯ୍ୟକ୍ରମ ଓ ନିତିଦିନିୟା ଖାଦ୍ୟ ପଦାର୍ଥ ଆଣିବାରେ ବାଧା ଉପୁଜିଛି ।ଏଠାରେ ସ୍ଥାୟୀ ପୋଲଟିଏ ନିର୍ମାଣ କରିବାକୁ ପ୍ରଶାସନ ନିକଟରେ ବାରମ୍ବାର ଜନସାଧାରଣ ଦ୍ବାରସ୍ତ ହୋଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି କଣ୍ଣପାତ କରିନଥିବାରୁ ଲୋକମାନେ ଆଜି ଏଭଳି ଦୁବ୍ଦର୍ଶା ଭୋଗିବାକୁ ପଡିଚି ।ସ୍ଥାନୀୟ ଜନସାଧାରଣ ପୋଲପାଇଁ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ।ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ପାଖରେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *