ବିଶାଖାପାଟଣା : ବିଶାଖାପାଟଣାରେ ଆଜି ଆଇପିଏଲର ରୋମାଂଚ ଦେଖିବାକୁ ମିଳିଛି । ଗୋଟିଏ ସମୟରେ ୬୫ ରନରେ ୫ ୱିକେଟ ହରାଇ ସଂକଟରେ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଆଶୁତୋଶ ଶର୍ମାଙ୍କ ଦମଦାର ଇନିଂସ ବଳରେ ଅସମ୍ଭବକୁ ସମ୍ଭବ କରିବା ସହ ଲକ୍ଷ୍ନୌକୁ ୧ ୱିକେଟରେ ହରାଇଦେଇଛି । ୨୧୦ ରନର ଲକ୍ଷ୍ୟକୁ ଦିଲ୍ଲୀ ଶେଷ ଓଭରରେ ୯ ଓ୍ବିକେଟ ହରାଇ ୨୧୧ କରି ହାସଲ କରିନେଇଥିଲା । ଆଶୁତୋଷ ଶର୍ମା ୬୬ ରନ କରିଥିବାବେଳେ ବିପ୍ରଜ ନିଗମ ୩୯ ରନ ଓ ଟ୍ରିଷ୍ଟାନ ଷ୍ଟବସ ୩୪ ରନ କରିଥିଲେ ।
ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀ ୧ ୱିକେଟରେ ଜିତିଲା
