ରୋଗ ଶଯ୍ୟାରେ ପଡ଼ି ଜୀବନ ଭିକ୍ଷା ମାଗୁଛି ୧୬ ବର୍ଷର ଝିଅ ପ୍ରତିମା।

ଚାନ୍ଦବାଲି୦୧/୦୨/୨୦୨୪: ଦିନେ ଇନଷ୍ଟାଗ୍ରାମରେ ରିଲିସ୍ କରି ନିଜେ ନାଚିବା ସହିତ ଅନ୍ୟ ମାନଙ୍କୁ ନିଜର ନୃତ୍ୟ ଓ ଅଭିନୟର ଯାଦୁ ମାଧ୍ୟମରେ ହସେଇ ହସେଇ ବେଦମ୍ କରୁଥିଲା । ଯିଏ ଦିନେ ନିଜର କୁହୁକ ଯାଦୁରେ ସମସ୍ତଙ୍କୁ ମିଠା ମିଠା କଥା କହି ବାନ୍ଧି ରଖିଥିଲା ଆଜି କିନ୍ତୁ ସେ ରୋଗ ଶଯ୍ୟାରେ ପଡ଼ି ଜୀବନ ଭିକ୍ଷା ମାଗୁଛି। ଆଉ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁନି ତାର ସେଇ ନାଚ କି ତାର ସେଇ ମନ ଛୁଆଁ ଅଭିନୟର ଦୃଶ୍ୟ ଏବେ କେବଳ ଅତୀତକୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି ୧୬ ବର୍ଷର ଝିଅ ପ୍ରତିମା। ହଁ ଆଜ୍ଞା ଆମେ କହୁଛୁ ଚାନ୍ଦବାଲି ବ୍ଲକ ଚଡଦିଆ ଗ୍ରାମର ବୁଲା ମହାଳିକ ଙ୍କ ଝିଅ ପ୍ରତିମା ଙ୍କ କଥା, ଯିଏ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛି। ପାରିବାର ଲୋକଙ୍କ କହିବାନୁଯାୟୀ ଆଜିକୁ ଦୀର୍ଘ ବର୍ଷ ହେବ ପ୍ରତିମାଙ୍କ ଲିଭରରେ ପାଣି ଜମି ରହିବା କାରଣରୁ ସେ ଧୀରେ ଧୀରେ ଅସୁସ୍ଥ ହୋଇ ପଡ଼ିଲା। ଘରର ଆର୍ଥିକ ଅବସ୍ଥା ଭଲ ନଥିବା କାରଣରୁ ଝିଅର ସମୂର୍ଣ୍ଣ ଚିକିତ୍ସା କରିବା ପରିବାର ପକ୍ଷରୁ ସମ୍ଭବ ହୋଇ ପାରିଲା ନାହିଁ ଯେଉଁଥି ପାଇଁ ଏବେ ବିଛଣାରେ ପଡି ବଞ୍ଚିବା ପାଇଁ ସଙ୍ଘର୍ଷ କରୁଛି ପ୍ରତିମା। ଗୋଟେପଟେ ଘରର ଆର୍ଥିକ ଅବସ୍ଥା ଆଉ ଅନ୍ୟପଟେ ଝିଅର ଏଭଳି କଷ୍ଟକୁ ଦେଖି ସହି ପାରୁନି ବିଚରା ବାପ କଥା କହୁ କହୁ ଆଖିରୁ ଝରି ପଡୁଛି ଲୁହ, ଗରିବ ବାପର ଲୁହ ଛଳ ଛଳ ଆଖିକୁ ଦେଖିଲେ ସମ୍ପୂର୍ଣ୍ଣ ବୁଝି ହେଇ ଯାଉଛି ସେ ଯେମିତି କହୁଛି ବାବୁ ମତେ ଟିକେ ସାହାଯ୍ୟ କର ମୋ ଝିଅ ବଞ୍ଚିଯାଉ। ଘରର ଆର୍ଥିକ ଅବସ୍ଥା ଭଲ ନଥିବା କାରଣରୁ ଝିଅର ଔଷଧ ଖର୍ଚ୍ଚ ଯୋଗାଇପାରୁନି ବିଚରା ବାପ ଯାହାକୁ ନେଇ ଏବେ ଲୋକଙ୍କ ସାହାଯ୍ୟ ଲୋଡ଼ିଛନ୍ତି ପ୍ରତିମାଙ୍କ ପାରିବାର । ତେବେ ପ୍ରତିମାଙ୍କ ଏଭଳି ଅବସ୍ଥାରେ ଆପଣ ମାନଙ୍କ ସାହଯ୍ୟ ଓ ସହଯୋଗ ନିହାତି ଆବଶ୍ୟକ ତେବେ ପ୍ରତିମାଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ ଦିଆ ଯାଇଥିବା ନମ୍ବରରେ ଯୋଗାଯୋଗ କରିବା ସହିତ ତାଙ୍କୁ ସାହାଯ୍ୟ କରିପାରିବେ।

 

Leave a Reply

Your email address will not be published. Required fields are marked *