ରୋଗୀ ନେଇ ଆସୁଥିବା ୧୦୮ ଦୁର୍ଘଟଣା

ଫୋକସ ପ୍ଲସ(ବାଲେଶ୍ୱର)୨/୦୮/ ୨୦୨୨: ଭୋର ସମୟରେ ଟ୍ରକ ସହ ଧକ୍କା ହେବା ଯୋଗୁଁ ରୋଗୀଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ, ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ ପ୍ରସାଦ ଖାଇ ୧୧ଜଣ ଲୋକ ଅସୁସ୍ଥ ହୋଇ ଜଳେଶ୍ୱରପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଦୁଇଜଣ ରୋଗୀ ହୃଷୀକାନ୍ତ ମଞ୍ଜ ଓ ଜ୍ୟୋତ୍ସ୍ନାରାଣୀ ମଞ୍ଜଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ରାତି ପ୍ରାୟ ଦୁଇଟା ବେଳେ ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। OD 02 AR ୧୦୮୩,୧୦୮ ଆମ୍ବୁଲାନ୍ସ ଯୋଗେ ଦୁଇଜଣ ଗୁରୁତରଙ୍କୁ ବାଲେଶ୍ଵର ମେଡିକାଲ ଆଣୁଥିବା ବେଳେ ରାତି ପ୍ରାୟ ସାଢ଼େ ୪ ଟା ବେଳେ ହଳଦୀପଦା ପୋଲ ପାଖରେ ଏକ ଟ୍ରକ ସହ ଆମ୍ବୁଲାନ୍ସର ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇଜଣ ରୋଗୀଙ୍କ ସମେତ ଆମ୍ବୁଲାନ୍ସ ଡ୍ରାଇଭର ବଳରାମ ନାୟକ, ହେଲ୍ପର ସନ୍ତୋଷ କୁମାର ମହାନ୍ତି ଓ ଫାରାମିଷ୍ଟ ଗଣେଶ ଚନ୍ଦ୍ର ପ୍ରଧାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *