ରେଳବିଭାଗ ଅଣ୍ଡର ଗ୍ରାଉଣ୍ଡ ତଳେ ଲହଡି ମାରୁଛି ପାଣି

ଫୋକସ ପ୍ଲସ(ସମ୍ବଲପୁର)୦୭/୦୮/୨୦୨୨ : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗା ସ୍ଥିତ ରେଳବିଭାଗ ର ଅଣ୍ଡର ବାଇପାସ ତଳେ ଢେଉ ମାରୁଛି ପାଣି ସବୁଜାଣି ଶୁଣି ରେଳବିଭାଗ ସାଜିଛି ଦେଖଣା ହାରି l ଦୀର୍ଘ ଦୁଇ ବର୍ଷ ହେବ ପାଖା ପାଖି ଦୁଇ ରୁ ଅଧିକ ପଞ୍ଚଯାତ ର ଜନସାଧାରଣ ଗଲା ବେଳେ ବିପଦ ର ସହ ଯାତ୍ରା କରୁଛନ୍ତି l
ଏହି ଦୃଶ୍ୟ ହେଉଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲପଙ୍ଗା ରେଳବିଭାଗ ସ୍ଥିତ ଅଣ୍ଡର ବାଇପାସ ର ଦୃଶ୍ୟ l ଆଗରୁ ଏହା ଲପଙ୍ଗା ର ଏକ ରେଳୱେ ଗେଟ ଥିଲା ସେହି ଅଂଚଳ ର ଲୋକେ ରେଳଲାଇନ ପାର ହୋଇ ଯାତା ଜାତ କରୁଥିଲେ l କିନ୍ତୁ ପରେ ତାହା ରେଳବିଭାଗ ଅଣ୍ଡର ପାସ କଲା ଏବଂ ସେହି ଅଂଚଳ ର ଦୁଇ ରୁ ଅଧିକ ପଂଚାୟତ ବାସି ଏବେ ଅଣ୍ଡର ପାସ ଦେଇ ଯାତା ୟତ କରୁଛନ୍ତି l ସବୁଠୁ ବଡ଼ କଥା ହେଲା ସେହି ଅଣ୍ଡର ପାସ ରେ ଏବେ ଢେଉ ମାରୁଛି ପାଣି ଫଳରେ ଲୋକଙ୍କ ପାଇଁ ସେହି ରାସ୍ତା ଏବେ ପାଲଟିଛି ମରଣ ଯନ୍ତା , ଆଉ ସବୁଦେଖି ଚୁପଚାପ ହାତ ବାନ୍ଧି ବସିଛି ଲାପଙ୍ଗା ରେଳବିଭାଗ ଏବଂ ସମ୍ବଲପୁର ରେଳବିଭାଗ ର ବିଭାଗୀୟ ଅଧିକାରୀ l ଜାଣିଶୁଣି ସମ୍ବଲପୁର ରେଳବିଭାଗ ସାଜିଛି ଦେଖଣା ହାରି l ହଇରାଣ ହରକତ ହେଉଛନ୍ତି ସାଧାରଣ ନିରୀହ ଲୋକେ l ରେଳବିଭାଗ କୁ ବାରମ୍ବାର ଗୁହାରି କଲେ ମଧ୍ୟ ଶୁଣୁନି ରେଳବିଭାଗ l ରାତ୍ରି ବେଳେ ଗଲା ଆସିଲା ବେଳେ ଲୋକେ ଡ଼ରିକି ଯାଉନାହାନ୍ତି ସେହି ରାସ୍ତା ରେ |ଲୋକେ ଦୀର୍ଘ ଦୁଇ ବର୍ଷ ହେଲା ସମାନ ସମସ୍ୟା ରେ ଗତିକଲେ ମଧ୍ୟ ରେଳବିଭାଗ ଜାଣି ଶୁଣି କୋଣସି ପଦକ୍ଷେପ ନ ନେବା ଏବେ ସାଧାରଣ ନିରୀହ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଦା ର କାରଣ ପାଲଟିଲାଣି ଏହି ଲପଙ୍ଗା ର ଅଣ୍ଡର ବାଇପାସ l ପ୍ରତିଦିନ ଜମି ରହୁଛି ପାଣି ସବୁ ଦେଖି ନ ଦେଖିଲା ଭଳି ଅଭିନୟ କରୁଛି ରେଳବିଭାଗ l ନିରୀହ ଜନସାଧାରଣ ଗୁହାରି କରି କରି ଥକି ଗଲେଣି ତଥାପି କେହି ଶୁଣିବା ର ନାଁ ନେଉନାହାନ୍ତି l ରାତ୍ରି ବେଳେ ହସ୍ପିଟାଲ ଯିବା ଏମାନଂକ ପାଇଁ ସ୍ୱପ୍ନ ପାଲଟିଗଲାଣି , ଥରେ ଦୁଇଚାକିୟା ମଟରସାଇକିଲ ଯଦି ଗଲା ବେଳେ ଦୁଇଚକିୟା ଗାଡି ଖରାପ ହେଇଯାଉଛି ଆଉ ଏହି ସବୁ ଜାଣି ଶୁଣି ସମସ୍ତେ ପାଲଟିଛନ୍ତି ନୀରବ |

 

ଏଠି ପ୍ରଶ୍ନ ଉଠୁଛି କାହଁକି ଅତ୍ୟଚାର କରୁଛି ରେଳବିଭାଗ ସାଧାରଣ ଲୋକଙ୍କୁ ? କଣପାଇଁ ଦୀର୍ଘ ଦିନ ହେଲା ଏହି ଅଣ୍ଡର ବାଇପାସ ରେ ପାଣି ଜମି ରହୁଥିଲେ ମଧ୍ୟ ନିରବ ରହୁଛି ରେଳବିଭାଗ ?କେବେ ନଜର ପକାଇ ବ ରେଳ ବିଭାଗ ର ବୁଭାଗୀୟ ଅଧିକାରୀ ?କେବେ ଶାନ୍ତି ରେ ଯାତା ଜାତ କରି ଯାଇ ପାରିବେ ସାଧାରଣ ଜନତା ?କେବେ ହେବ ସମାଧାନ ? ଲୋକେଙ୍କ ସାମସ୍ୟ ବୁଝୁବ ତ ରେଲ ବିଭାଗ ନାଁ ଜାଣି ଶୁଣି ଅଜଣା ରହିବ, ତାହା ଦେଖିବାକୁ ବାକି ରହିଲା |

ଏହି ଅଣ୍ଡର ବାଇପାସ ରେ ପାଣି ଢେଉ ମାରୁଥିଲେ ମଧ୍ୟ ରେଳବିଭାଗ ନୀରବ ରହିବା ଏବଂ ସାଧାରଣ ଲୋକେ ହଇରାଣ ହରକତ ହେବା ଏବେ ଅଂଚଳ ବାସୀଙ୍କୁ ଚିନ୍ତା ଖରିଲାଣି କେବେ ସମାଧାନ ହେବ ତାକୁ ହୀ ଅପେକ୍ଷା

ସମ୍ବଲପୁରରୁ ଜଗନାଥ ମେହେରେ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *