କନ୍ଧମାଳ28/12/2023(ଫୋକସ ପ୍ଲସ); ବୁଧବାର ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ରେଳ ପଥ କ୍ରିୟାନୁଷ୍ଠାନ କମିଟି, ଫୁଲବାଣୀ ପକ୍ଷରୁ ଫୁଲବାଣୀ କୁ ରେଳ ପଥ ସଂଯୋଗ ପାଇଁ ଏକ ଦିନିକିଆ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା l କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଆବାହକ ତଥା ସମାଜସେବୀ ଅଶୋକ ପରିଡା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଗଣ ଧାରଣା ରେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, ସଂଯୋଜକ ପ୍ରଣବ ମଣ୍ଡଳ,ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ନାରାୟଣ ସାହୁ ସମାଜସେବୀ ବିରଜା ପ୍ରସାଦ ରଥ, ପ୍ରମୋଦ ସାହୁ, ଅମୀୟ ଦାସ, ବ୍ରଜ ପଟନାୟକ,ଆଇନଜିବି ବିରଜା ପ୍ରସାଦ ନାହାକ, ରାଜୁ ପାଢୀ, ଉମେଶ ଚନ୍ଦ୍ର ପାତ୍ର, ଆଇନଜିବି ବିଜୟ ମହାନ୍ତି, ରମେଶ ମହାନ୍ତି,ବ୍ରଜ୍ ପଟନାୟକ, ବରିଷ୍ଠ ସାମ୍ବାଦିକ ଜୟ ସେନ୍ ପରିଡା ନାରାୟଣ ସାହୁ, ପ୍ରଶାନ୍ତ ବେହେରା, ରୋଟାରିଆନ , କେ. ଜ୍ଞାନ୍ ଦୋରା, ପ୍ରସନ୍ନ ବେହେରା, କୁଇ ସାମାଜ ସମିତି ସମ୍ପାଦକ ଅବନୀ କହ୍ନର, ରୋଟାରିଆନ କୁନ୍ଦନ ସିଂ, ଅଟୋ ଚାଳକ ସଂଘ କର୍ମକର୍ତା ପ୍ରମୂଖ ଫୁଲବାଣୀ କୁ ରେଳ ସଂଯୋଗ ରୁ ବାଦ୍ ଦିଆଯାଇ ଥିବା ପ୍ରତିବାଦ କରି ଗଣ ଧାରଣା ରେ ବସିଥିଲେ l ସ୍ଥାନୀୟ ଲୋକପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ, ରେଳ ବିଭାଗ ଉଚ କତୃପକ୍ଷ, ରାଜ୍ୟ ସରକାର, କେନ୍ଦ୍ର ସରକାର,ଓ ରି ଡେଲ କତୃପକ୍ଷ ଙ୍କୁ ଗତ ମାସେ ରୁ ଅଧିକ ଦିନ ହେଲା ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ପତ୍ର ଦିଆଯାଇଥିଲେ ମଧ୍ଯ କୌଣସି ଉତ୍ତର ନ ମିଳିବା ରୁ ଉଦବେଗ ପ୍ରକାଶ କରିବା ସହ ଆଜି ଗଣ ଧାରଣା ଦିଆଯାଇଥିଲା l ଆବଶ୍ୟକ ପଡିଲେ ଆଗାମୀ ଦିନରେ ରାଲି, ବିକ୍ଷୋଭ,, ଓ ଜିଲ୍ଲା ବନ୍ଦ ଡାକରା ଭଳି ପଦକ୍ଷେପ ନିଆ ଯାଇପାରେ ବୋଲି ଅଧ୍ୟକ୍ଷ ପାଣ୍ଡେ କହିଛନ୍ତି |
ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣ ଧାରଣା |
