ରେଲେୱ ଷ୍ଟେସନ ଉନ୍ନତି ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ

ଫୋକସ ପ୍ଲସ(ସୁକିନ୍ଦା)୨୮/୦୮/୨୦୨୨: ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ରେଲେୱ ଷ୍ଟେସନ ଯାହା କି ଜଖପୁରା ଜଙ୍କସନ ରେ ଭାରତୀୟ ରେଲେୱ ବିଭାଗ ରେ ଜଣାସୁଣା କାରଣ ଏହି ଜଖପୁରା ରେଲେୱ ଷ୍ଟେସନ ଦେଇ ବାଉଁଶପାଣି ରେଲେୱ ରାସ୍ତା ଯାଇଛି। ଯେଉଁ ବାଟଦେଇ ଶହଶହ ଟ୍ରେନ ରେ ଲୁହାପଥର ବହୁଯେଗାକୁ ପରିବହନ କରିବା ପାଇଁ ଜଖପୁରା ଷ୍ଟେସନ ହିଁ ମାଧ୍ଯମ ଭାବରେ ବ୍ଯବହାର କରାଯାଇଥାଏ। ଯାଜପୁର ଜିଲ୍ଲା ର କଲିଙ୍ଗନଗର ର ସମସ୍ତ କାରଖାନା ଜଖପୁରା ଷ୍ଟେସନ ଦେଇ ଟ୍ରେନ ରେ ମାଲ୍ ପରିବହନ କରାଯାଏ। ମାତ୍ର ବିଡମ୍ବନା ର ବିଷୟ କି ଯେଉଁ ଜଖପୁରା ରେଲେୱ ଷ୍ଟେସନ ଦ୍ବାରା ରେଲେୱ ବିଭାଗ କୋଟି କୋଟି ଟଙ୍କା ରୋଜଗାର କରୁଛି। ସେହି ଷ୍ଟେସନ କୁ ଅଣଦେଖା ସହିତ ସ୍ଥାନୀୟ ଲୋକ ମାନଙ୍କୁ ସେମାନଙ୍କ ଜୀବିକା ହରାଇବା ପାଇଁ ବାଧ୍ଯ କରୁଛି। ସୂଚନା ମୂତାବକ ଜଖପୁରା ଷ୍ଟେସନ ର ଉତ୍ତର ରେ ଥିବା ଗେଟ୍ ନମ୍ବର ୧୪୬ ଟି ରେଲେୱ ବିଭାଗ କାହାକୁ କିଛି ନକହି ବନ୍ଦ କରିଦେଇଛି। ଯାହା ଫଳ ରେ ରେଲ ରାସ୍ତା ର ଉଭୟ ପାର୍ଶ୍ୱ ରେ ଥିବା ବହୁତ ଜମି ରେ ଚାଷ କାର୍ଯ୍ୟ କରିପାରୁନାହାନ୍ତି ସ୍ଥାନୀୟ ଚାଷୀ କାରଣ ଉକ୍ତ ଗେଟ୍ ଉପରେ ଜଖପୁରା ଓ ଆଖପାଖ ୫/୬ ଟି ପଞାୟତ ନିର୍ଭର କରନ୍ତି। ସବୁ ପଞାୟତ ର ଲୋକମାନଙ୍କ ଜମି ଉଭୟ ପାଖ ରେ ରହିବା ଫଳରେ ଗେଟ୍ ନଥିବା ଯୋଗୁ ଚାଷକାମ ହୋଇପାରୁନଥିବା ବାରମ୍ବାର ଅଭିଯୋଗ ହେଉଥଲେ ମଧ୍ଯ ରେଲେୱ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁ ଆଜି ଜଖପୁରା ରେଲେୱ ଷ୍ଟେସନ ର ଉର୍ନତିକରଣ ପାଇଁ ସମସ୍ତ ପଞାୟତ ରୁ ବହୁତ ଲୋକ ଏକତ୍ର ହେଇ ଏକ ପ୍ରସ୍ତୁତି ବା ସମନୈୟ ବୈଠକ କରିଥିଲେ। ଏହି ବୈଠକ ରେ ମୁଖ୍ଯ ଦାବି ଥିଲା କି ୧୪୬ ନମ୍ବର ଗେଟ୍ ଖୋଲା ହେବ କିମ୍ବା ୩୪୪ନମ୍ବର୧_୩ ପୋଲ୍ହ ଟିକୁ ଗଲି ପୋଲ ହିସାବ ରେ ଯଥା ଶୀଘ୍ର କାର୍ୟ୍ଯ କାରି କରିବା ଏବଂ ଜଖପୁରା ରେଲେୱ ଷ୍ଟେସନ ରେ ଗୋଟିଏ ସ୍ବାଗତମ ଗେଟ୍, ଷ୍ଟେସନ ର ପଶ୍ଚିମ ପାଖରେ ଲୋକ ମାନଙ୍କ ପାଇଁ ପାନୀୟ ଜଳ ର ବ୍ଯବସ୍ଥା ଓ ଅତି କମ୍ ରେ ଦୁଇଟି ଏକ୍ସପ୍ରେସ ଟ୍ରେନ ରହଣି କରିବା ପାଇଁ ସର୍ବସମ୍ମତି ରେ ଆଲୋଚନା ହେଇଥିବା ଦେଖିବାକୁ ମିଲିଛି। ଏହି ବୌଠକରେ ଜଖପୁରା ସରପଂଚ, ଦାନଗଦୀ ବ୍ଲକ ବିଜେଡି ସଭାପତି,ଜଖପୁରା ସମିତି ସଭ୍ଯ,କୁମ୍ଭିରାଗାଡିଆ ସରପଂଚ,ଖପୁରିଆପଦା ବହୁ ମୁରବି, ମାଣତିରା ଗ୍ରାମ ର ବହୁତ ମୁରବି ଓ ବହୁତ ବୟଜେଷ୍ଟ,ଚାଷୀ ଉପସ୍ଥିତ ଥିଲେ ମାତ୍ର ଯଦି ଏହି ସବୁ ଦାବିକୁ ରେଲେୱ ବିଭାଗ ଅଣଦେଖା କରିବା ପାଇଁ ଚେ଼ଷ୍ଟା କରିବେ ତେବେ ଆଗାମୀ ଦିନରେ ଆନ୍ଦୋଳନ କୁ ଓଲ୍ହାଇବା ପାଇଁ ଉପସ୍ଥିତ ପଞାୟତ ବାସି ତାଙ୍କର ପ୍ରତି କିୟା ଦେଇଛନ୍ତି।

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *