ସମ୍ବଲପୁର: ବୋରୱେଲ ଭିତରେ କାନ୍ଦୁଚି ନବଜାତକ l କଥାଟା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ l ଏମିତି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ,ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗାଁ ର ଶ୍ରୀରାମ ପଡିଆ ଜଙ୍ଗଲ ଭିତରେ l ସ୍ଥାନୀୟ ଲୋକ ତଥା ବିଡ଼ିଓ ଙ୍କ ସୂଚନା ଅନୁସାରେ ଆଜି ସକାଳେ ସ୍ଥାନୀୟ ମହିଳା ମାନେ ଜଙ୍ଗଲ କୁ ଜଙ୍ଗଲଜାତ ଦ୍ରବ୍ୟ ଆଣିବାକୁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଥିବା ଏକ ବହୁ ପୁରୁଣା ପରିତ୍ୟକ୍ତ ବୋର ୱେଲ ଗାତ ଭିତରୁ ଏକ ଶିଶୁ ର କାନ୍ଦିବାର ଶବ୍ଦ ଶୁଭିଲା l ଏହାକୁ ଦେଖି ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନ ଓ ରେଙ୍ଗାଲି ଥାନା କୁ ଅବଗତ କରେଇ ଥିଲେ l ଏହା ପରେ ଘଟଣା ସ୍ଥଳକୁ ରେଙ୍ଗାଲି ବିଡ଼ିଓ, ସ୍ଥାନୀୟ ଥାନା ଅଧିକାରୀ, ତହସିଲଦାର ନିଜେ ଆସିବା ସହ ଅଗ୍ନିଶମ ବିଭାଗ ର ଟିମ, ସ୍ୱାସ୍ଥ୍ୟ ବିଭାଗର ଟିମ, ସ୍ଥାନୀୟ କଲକରଖାନା ର ଉଦ୍ଧାରକରୀ ଦଳ ଆସି ଗାତ ଭିତରକୁ ଅମ୍ଳଜାନ ପଠେଇ ଥିଲେ l ଏହା ସହ ଶିଶୁକୁ ଉଦ୍ଧାର କରିବାକୁ 3 ଟି ଜେସିବି ଲାଗିଥିବା ବେଳେ ଉଦ୍ଧାର କାରୀ ଦଳ ବର୍ତ୍ତମାନ ବୋର ୱେଲ ଗାତ ଚାରିପଟେ ମାଟି ଖୋଲୁଛି l ବୋରୱେଲ ଟି 15ଫୁଟ ଗଭୀର ହୋଇଥିବା ବେଳେ ଜେସିବି ସାହାଯ୍ୟ ରେ ଏହା ପାର୍ଶ୍ଵ ରେ ଗାତ ଖୋଲାଆଯାଇଛି ଓ ବର୍ତ୍ତମାନ ମାନୁଆଳି ଗାତ ଖୋଲା ଯାଉଛି l ଘଟଣା ସ୍ଥଳରେ ଥିବା ଡାକ୍ତର ଶିଶୁ ଟି ଜୀବିତ ଥିବା କହିଛନ୍ତି l ଘଟଣା ସ୍ଥଳରେ ସବୁ ପ୍ରକାର ଲାଇଟ ଓ ଔଷଧ ମହାଜୁଦ ରଖା ଯାଇଛି l ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଓ ଏସଡ଼ିପିଓ ବର୍ତ୍ତମାନ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି l
ରେଙ୍ଗାଲି ଏକ ବୋରୟାଲ ରୁ ନବଜାତ ଶିଶୁ ଉଦ୍ଧାର
