ବାଲେଶ୍ୱର20/01/2024: ରିଲିଜ ହେଲା ଓଡ଼ିଆ ଚଳଚିତ୍ର ଦଶମ ଚଳଚ୍ଚିତ୍ର।ବାଲେଶ୍ୱେର ମୁଭିଏକ୍ସ ରେ ପ୍ରଥମ ପ୍ରିମିଅର ହୋଇଯାଇଛି।ପ୍ରଥମ ଦିନରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ପ୍ରଥମ ଦିନ ରେ ହାଉସ ଫୁଲ ରହି ଥିଲା ଥିଲା ସିନେମା ହଲ,ଏଥିରେ ଓଡ଼ିଆ ସିନେଷ୍ଟାର ବାବୁସାନ ମହାନ୍ତି ଙ୍କ କଣ୍ଠ ସ୍ୱର ଥିବା ବେଳ ସମସ୍ତ କଳାକାର ଙ୍କ ଭୂମିକା ଖୁବ ସୁନ୍ଦର ଥିବା ବେଳେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ଜ୍ୟୋତିରଞ୍ଜନ ଙ୍କ ଚରିତ୍ର ଖୁବ ଆକର୍ଷଣୀୟ ଥିଲା ବୋଲି ଦର୍ଶକ କହିଥିବା ବେଳେ ସବୁଠୁ ବଡ଼କଥା ହେଲା ବାଲେଶ୍ଵର ଅଞ୍ଚଳର ଜଣେ ପରିଚିତ ବ୍ୟବସାୟୀ ତଥା କଳାକୁ ଭଲ ପାଉଥିବା ରାଜେନ୍ଦ୍ର ରାଉତଙ୍କ ପୁଅ ଜ୍ୟୋତିରଞ୍ଜନ ଏହି ଚଳଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ପୂର୍ବରୁ ଜ୍ୟୋତିରଞ୍ଜନ ବିଭିନ୍ନ ମ୍ୟୁଜିକ ଆଲବମରେ ଅଭିନୟ କରିଥିବା ବେଳେ ଏହି ଚଳଚିତ୍ର ତାଙ୍କର ପ୍ରଥମ ଚଳଚିତ୍ର ବୋଲି ଜଣାପଡ଼ିଛି।ଦଶମ ଚଳଚ୍ଚିତ୍ର ଟି ସ୍କୁଲ ସମୟ ର କିଛି ଅଭୁଲା ଦିନର କଥାକୁ ଆଉଥରେ ମନେ ପକାଇଦେବା ଉଦ୍ଦେଶ୍ୟରେ ତିଆରି ହୋଇଛି ଓଡ଼ିଆ ଫିଲ୍ମ ଦଶମ। ବାଲେଶ୍ୱରରେ ଏହାର ପ୍ରିମିଅର ସୋ ରେ କବି, ସାହିତ୍ୟିକ ଏବଂ ବୁଦ୍ଧିଜୀବୀମାନେ ଏହି ଫିଲ୍ମ ଦେଖିବାକୁ ଆସିଥିବା ବେଳେ ଏହି ଚଳଚ୍ଚିତ୍ରର ଅଭିନୟ ଠାରୁ ଆରମ୍ଭ କରି ପୁରା ଟିମର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।
