ରାୟାଁ ଗାଁରେ କଙ୍ଗାରୁ କୋର୍ଟ

ଫୋକସ ପ୍ଲସ 16/6/23(ମୟୂରଭଞ୍ଜ): ମୟୂରଭଞ୍ଜ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରାଇଆଁ ଗାଁ ରେ କଙ୍ଗାରୁ କୋର୍ଟ। ଜଣେ ମହିଳା ଏବଂ ଜଣେ ପୁରୁଷ ଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରିବା ଏବଂ ତିନି ଦିନ ଧରି ଉଭୟ ମହିଳା ଓ ପୁରୁଷ ଙ୍କୁ ବାନ୍ଧି ରଖିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ସୂଚନାଯୋଗ୍ୟ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭୁଆସୁଣୀ ପଞ୍ଚାୟତ ର ରାଇଆଁ ଗ୍ରାମର ଜଣେ ବିବାହିତା ମହିଳା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ ର ନୂଆଗାଁ ର ଜଣେ ବିବାହିତ ପୁରୁଷଙ୍କ ଅସଂଜତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ବୁଧୁବାର ଉଭୟ ଙ୍କୁ ଗ୍ରାମବାସୀ ଏକାଠି ଦେଖିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା । ଲୋକଙ୍କ ସନ୍ଦେହ ଘେରରେ ଆସିଥିବା ଯୋଗୁ ଲୋକେ ଦୁହିଁଙ୍କୁ ଗାଳି ଗୁଲଜ ସହ ବାନ୍ଧି ପକାଇଥିଲେ। ପରେ ସ୍ଥିତି ଉତ୍ତେଜନା ହେବାରୁ ଗ୍ରାମବାସୀ ଉଭୟ ଙ୍କୁ ସର୍ବ ସମ୍ମୁଖ ରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ଏଵଂ ସେମାନଙ୍କୁ ବୁଧୁବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଗାଁ ରେ ଅଟକ ରଖିଥିବା ଜଣାପଡିଛି। ତେବେ ଗ୍ରାମବାସୀ ଉଭୟ ଙ୍କୁ ଘଟଣା ସ୍ଥଳରେ ବିଚାର କରିବାକୁ ଜିଦ୍ ଧରି ଥିବା ବେଳେ ଏପରିକି ପୋଲିସ କୁ ମଧ୍ୟ ସୁଚନା ଦିଆଯାଇ ନ ଥିବା ଜଣାପଡିଛି। ପୋଲିସ ଆଜି ଖବର ପାଇ ଉଭୟ ମହିଳା ଏବଂ ପୁରୁଷ ଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛି ବୋଲି ଜଣାପଡିଛି। ଏ ନେଇ ଥାନାରେ ବର୍ତ୍ତମାନ୍ ସୁଦ୍ଧା କୋୖଣସି ଅଭିଯୋଗ ମଧ୍ୟ ହୋଇ ନ ଥିବା ଜଣାପଡିଛି। ତେବେ ଏଭଳି ଏକ ଅଭାବନୀୟ ଘଟଣା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Leave a Reply

Your email address will not be published. Required fields are marked *