ରାମେଶ୍ୱର ଜଙ୍ଗଲ ରୁ 15ଏକର ଗଞ୍ଜେଇ ଗଛ କାଟିଲା ବୌଦ୍ଧ ପୋଲିସ l

ବୌଦ୍ଧ୧୬/୦୧/ ୨୦୨୪: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ରାମେଶ୍ୱର ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ବୌଦ୍ଧ ପୋଲିସ ପକ୍ଷରୁ ଗ୍ରୀନ କ୍ଲିନ ଅଭିଯାନ କରାଯାଇ ଏକର ଏକର ଗଞ୍ଜେଇ ଗଛ କଟା ଯାଇଥିବା ଜଣାପଡିଛି l ପ୍ରକାଶ ଯେ ଗତକାଲି ବୌଦ୍ଧ ପୋଲିସ ଓ ସ୍କୁଆଡ଼ କର୍ମଚାରୀ ମାନେ ରମେଶ୍ୱର ଗ୍ରାମ୍ୟ ଜଙ୍ଗଲ ମଧ୍ୟ ରେ ଲାଗିଥିବା ପ୍ରାୟ 15ଏକର ରୁ ଉର୍ଦ୍ଧ ଗଞ୍ଜେଇ ଚାଷ କୁ କାଟି ଫିଙ୍ଗିଥିଲା ବୌଦ୍ଧ ପୋଲିସ ଓ ନିୟୋଜିତ ସ୍କୁଆଡ଼ କର୍ମଚାରୀ l ଯାହା ର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼କୋଟି ରୁ ଉର୍ଦ୍ଧ ହେବ ବୋଲି କୁହାଯାଇଛି l ପୋଲିସ ପକ୍ଷରୁଏଭଳି ଗ୍ରୀନ କ୍ଲିନ ଅଭିଯାନ ଆଗକୁ ଜାରି ରହିବ ଏବଂ ବେଆଇନ ଗଞ୍ଜେଇ ରୋପଣ କୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରିରହିଥିବା ନେଇ ବୌଦ୍ଧ ସଦର ଥାନା ଅଧିକାରୀ ସାରଦା ପ୍ରସନ ଦାସ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *