ଫୋକସ ପ୍ଲସ ୧୧/୬/୨୨ (ବାଲେଶ୍ୱର): ବାଲେଶ୍ୱର ଷ୍ଟେସନ କ୍ଲବ ଓ ଜିଲ୍ଲା ଚେସ ଆସୋଶିଏସନ ମିଳିତ ଆନୁକୁଲ୍ୟରେ ଷ୍ଟେସନ କ୍ଲବ ପରିସରରେ ରାଜ୍ୟ ସ୍ତରୀୟ ଓପନ ଚେସ ପ୍ରତିଯୋଗିତା କୁ ଜିଲ୍ଲା ପାଳ କେ,ସୁଦର୍ଶନ ଚକ୍ରବର୍ତ୍ତୀ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଚେସ ଗୋଟି ଚଳନା କରିବା ସହ ଏହି ଭଳି ପ୍ରତିଯୋଗିତା ଆୟୋଜନ କରିଥିବାରୁ କର୍ମ କର୍ତ୍ତା ଙ୍କୁ ଧନ୍ୟବାଦ ଦେଇ ଥିଲେ। ଉଦ୍ଘାଟନୀ ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଷ୍ଟେସନ କ୍ଲବ ସଭାପତି ଗିରଜା ଶଙ୍କର ଦାସ, ଉପ ସଭାପତି ଯୋଗେଶ ମହାନ୍ତି, ରଞ୍ଜିତ ବିହାରୀ ଦାସ, ଜିଲ୍ଲା ଚେସ ଆସୋଶିଏସନ ସମ୍ପାଦକ ମୋନୋରଞ୍ଜନ ପଣ୍ଡା, ଜାତୀୟ ସ୍ତର ର ବରିଷ୍ଟ ଖେଳାଳି ଦେବାଶିଷ ଚକ୍ରବର୍ତ୍ତୀ ଉପସ୍ତିତ ଥିଲେ। ଏହି ପ୍ରତିଯୋଗିତା ରେ ଏହି ପ୍ରତିଯୋଗିତା ରେ କଟକ, ଭୁବନେଶ୍ଵର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଓ ବାଲେଶ୍ଵର ରୁ ୬୨ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି , ମୋଟ ୨୮ ଜଣ କୃତି ଖେଳାଳି ଙ୍କୁ କ୍ଲବ ପକ୍ଷରୁ ପୁରସ୍କାର ରାଶି ସହ ଟ୍ରଫି, ମାନପତ୍ର ପ୍ରଦାନ କରାଯିବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି।
ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ |