ମୟୁରଭଞ୍ଜ18/11/2023; ରାଜ୍ୟବ୍ୟାପୀ ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ ଆରମ୍ଭ ହୋଇଛି। ଏନେଇ ସମଗ୍ର ରାଜ୍ୟରେ ହେଉଥିବା ଦୁର୍ନୀତି,ଭ୍ରଷ୍ଟାଚାର,ପିସି କାରବାର ଆଦି ଅନୀତିକର ଘଟଣା ରେ ରାଜ୍ୟ ସରକାରଙ୍କୁ ଦାୟୀ କରି ଏହି ଆକ୍ରୋଶ ଆନ୍ଦୋଳନ ଜାରି ରଖିଛି ବିଜେପି। ସରକାରଙ୍କ ମିଛ ବିକାଶ ପ୍ରଚାର ଅଭିଯୋଗ କରି ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଗର୍ଜନ କରୁଛି ବିଜେପି। ବେକାରୀ ସମସ୍ୟାରୁ ପିସି କାରବାର, ଆଇନଶୃଙ୍ଖଳାରୁ ନେଇ ଆବାସ ଘୋଟଲା, ଦୁର୍ନୀତିର ଲମ୍ବା ଚିଠା ରଖି ଆନ୍ଦୋଳନ କରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବଡସାହି ବ୍ଲକ ଘେରାଉ କରିଛି ବିଜେପି। ଆଜି ସେହି ବିଜେପିର ଜନ ଆକ୍ରୋଶ ଆନ୍ଦୋଳନରେ ବଡସାହି ବ୍ଲକ ଠାରେ ଏକ ବିରାଟ ପଦଯାତ୍ରା ରେ ଆସି ବ୍ଲକ୍ କାର୍ଯ୍ୟାଳୟ ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ବଡ଼ସାହି ବିଧାୟକ ସନାତନ ବିଜୁଳି ଙ୍କ ଅଧ୍ୟକ୍ଷତାରେ ୫ ଟି ନିର୍ବାଚନ ମଣ୍ଡଳୀର ହଜାର ହଜାର ବିଜେପି ର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ଏବଂ ଅଞ୍ଚଳରେ ହୋଇଥିବା ବିଭିନ୍ନ ପ୍ରକାରର ଦୁର୍ନୀତି ବିରୋଧ ରେ ସ୍ୱର ଉତ୍ତୋଳନ କରିଥିଲେ।
