ରାଜ୍ୟ ସରକାରଙ୍କ ବିକାଶର ବିକଳ ଚିତ୍ର

ଫୋକସ ପ୍ଲସ(ଲାଞ୍ଜିଗଡ) ୩୧/୦୭/ ୨୦୨୨:ଗରିବ ନିରୀହ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଉପହାସ କରୁଛି ଏହି ଗାଁ! ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଦ୍ୟୁଷିତ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତର ଏକ ଆଦିବାସୀ ଗାଁ ଭଟାଜେରି କଥା!୪୦ ଟି ଘର ପରିବାରର ରହୁଥିବା ୨୦୦ଶହରୁ ଅଧିକ ଜନ ସଂଖ୍ୟା ବିଶିଷ୍ଟ ଏହି ଗାଁ!ସମସ୍ୟାର ଚାରିଛକରେ ବନ୍ଦା ପଡିଛି ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ୬ କିଲୋମିଟର ଦୂର ଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନା ଗମନ ଓ ବିଜୁଳି, ସବୁଦୃଷ୍ଟିରୁ ଅବହେଳିତ ହୋଇ ରହିଛି ଏହି ଗାଁ!ଆଜକୁ ପ୍ରୟା ୧୦୦ ବର୍ଷରୁ ଅଧିକ ସମୟ ଧରି ବସ ବାସ କରୁଥିଲେ ମଧ୍ୟ୍ୟ ଗାଁର ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟ ଜଳ !ରାସ୍ତା ଓ ପାନୀୟ ଜଳ ପାଇଁ ପ୍ରଶାସନ କୁ ବାରମ୍ବାର ଜଣାଇଲା ପରେବି ନିଘୋଡ଼ ନିଦ୍ରାରେ ପ୍ରଶାସନ!ଯାତାୟତ କରିବାକୁ ହେଲେ ପଦ ଚଲା ରାସ୍ତା ହିଁ ଗୋଟି ମାଧ୍ୟ୍ୟମ! ଗାଁ ଠାରୁ ମୁଖ୍ୟ ରାସ୍ତା କୁ ଯିବାକୁ ହେଲେ ୨ କିଲୋମିଟର ଚାଲିଲା ପରେ ଲାଞ୍ଜିଗଡ ବେନଗାଁ ସଂଯୋଗ କରୁଥିବା ରାସ୍ତା ଛକ ପଡି ଥାଏ!ଏହି ରାସ୍ତା ଦେଇ ପଞ୍ଚାୟତ ମୁଖ୍ୟକାର୍ୟ୍ଯଳୟରୁ ରାସନ ସାମଗ୍ରୀ ଓ ଅନ୍ୟାୟ ସାମଗ୍ରୀ କାନ୍ଦରେ ବୋଇକି ଆଣିବାକୁ ପଡିଥାଏ ! ଅନ୍ୟାନ୍ୟ କାମ ପାଇଁମଧ୍ୟ୍ୟ ଏହି ପଦ ଚଲା ରାସ୍ତା ଦେଇ ଯାତାୟାତ କରୁଛୁ ହେଲେ ଯମ ଦଣ୍ଡ ଠାରୁ ମଧ୍ୟ୍ୟ ଭୟଙ୍କର ଦଣ୍ଡ ଭୋଗିବାକୁ ପଡୁଛି ବୋଲି ମତ ପ୍ରକାଶ କଲେ ଗ୍ରାମ ବାସି! ପ୍ରଶାସନକୁ ବାରମ୍ବାର ଜଣାଇଲା ପରେ ମଧ୍ୟ୍ୟ ପ୍ରଶାସନର ଶୁଭଦୃଷ୍ଟି ପଡୁନି ଯାହାଫଳରେ ନାନା ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡଛି !ଗାଁ ରେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ୍ୟ ଅଛି କିନ୍ତୁ ପଦଚଲା ରାସ୍ତା ପାଇଁ ସ୍କୁଲ ଶିକ୍ଷକ ଓ ଅଙ୍ଗନୱାଡି କର୍ମୀ ନିୟମିତ ଭାବେ ଆସୁନାହାନ୍ତି ଯାହାଫଳରେ ଅନେକ କୋମଳ ମତି ଶିଶୁ ନିୟମିତ ଶିକ୍ଷା ପାଇବାରେ ବଞ୍ଚିତ ରହୁଛନ୍ତି!ସ୍ୱାସ୍ଥ୍ୟ କଥା ନ କହିଲେ ଭଲ ଯୋଉ ଗାଁ ରେ ଗମନା ଗମନର ସୁଭିଧା ନାଇଁ ସେଠି ପୁଣି ସ୍ୱାସ୍ଥ୍ୟ କଥା ପଚାରେ କିଏ!ଯେ କୌଣସି ରୋଗୀଙ୍କୁ ଡାକ୍ତରଖାନା ନେବାକୁ ହେଲେ ୨ କିଲୋମିଟର ଖଟିଆରେ ବୋହିକି ନେଲା ପରେ ଆମ୍ବୁଲାନ୍ସ ସେବା ମିଳିଥାଏ!ଆଜକୁ ଭାରତ ସ୍ୱାଧୀନତାର ୭୫ବର୍ଷ ବିତି ଗଲାଣି ହେଲେ ଏବେବି ଗାଁ ରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇପାରିନାଇଁ ବିଜୁଳି ପାଇଁ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ୍ୟ ଗାଁ ରେ ପ୍ରଶାସନର ଦୃଷ୍ଟି ପଡୁନି ଯାହାଫଳରେ ଅନେକ ଛାତ୍ର ଛାତ୍ରୀ ମାନେ ଡିବିରୀ ଆଲୁଅରେ ପାଠ ପଡୁଛନ୍ତି!କିଛି ଏନଜିଓ ମାଧ୍ୟ୍ୟମରେ ସୋଲାର ଲାଇଟ ଦିଆଯାଇଛି ତାହା ମଧ୍ୟ୍ୟ ଅଧିକାଂଶ ଅଚଳହୋଇ ରହିଛି !ସୋଲାର ଲାଇଟ ମାଧ୍ୟ୍ୟମରେ ପାନୀୟ ଜଳ ଯୋଗାଣ ମଧ୍ୟ୍ୟ ହୋଇ ଥିଲା କିନ୍ତୁ ଅଚଳ ହୋଇ ୫ ମାସ ବିତିଗଲାଣି ଏବେପାନୀୟ ଜଳ ପାଇଁ ନାହିଁ ନ ଅସୁବିଧା ଭୋଗିବାକୁ ପଡୁଛି ଗ୍ରାମ ବାସୀଙ୍କୁ! ତେଣୁ କରି ଏହି ଗାଁର ରାସ୍ତା, ପାନୀୟ ଜଳ, ଶିକ୍ଷା, ବିଜୁଳି, ସ୍ୱାସ୍ଥ, ଓ ଗମନା ଗମନରୁ ବର୍ଷ ବର୍ଷ ଧରି ଗ୍ରାମବାସି ବଞ୍ଚିତ ରହୁଥିବା ବେଳେ ଏହି ଗାଁ ସମସ୍ୟା ପ୍ରତି ପ୍ରଶାସନ ଓ ଜନପ୍ରତିନିଧି ଦୃଷ୍ଟି ଦେବାକୁ ଗ୍ରାମ ବାସି ଡମ୍ବରୁ ମାଝୀ, ଲାଚାନା ମାଝୀ,ସାନ୍ଦ୍ରମାଝୀ,ଜାମେ ମାଝୀ ସାଧାରଣରେ ଦାବି କରୁଛନ୍ତି

ବିୟୁରୋ ରିପୋର୍ଟ ଫୋକସ ପ୍ଲସ ।।

Leave a Reply

Your email address will not be published. Required fields are marked *