ରାଜ୍ୟ ରାଜପଥ କୁ କବଯା କରିଛି ଏନ ଏଲ ସି କମ୍ପାନୀ

ଫୋକସ ପ୍ଲସ(ରେଂରାଳୀ) ୧୨/୦୯/୨୦୨୨: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତଲାବିରା ଏନଏଲସି କମ୍ପାନୀ ର ଦବଙ୍ଗ ଗିରି କାହାରିକୁ ଖାତିର କରୁନି ସମ୍ବଲପୁର ରେଙ୍ଗାଲି ଅଂଚଳ ର ତଲାବିରା ଏନଏଲସି କମ୍ପାନୀ, କାହିଁକି କାହାକୁ ଖାତିର ନ କରି ରାଜ ରାସ୍ତା ରେ ବଡ ବଡ଼ ଗାଡି ରଖିଛି ସମ୍ବଲପୁର ପୋଲିସ ଏବଂ ସମ୍ବଲପୁର ପ୍ରଶାସନ କୁ ନିଜର ପକେଟ ଧରି କମ୍ପାନୀ ଚଳାଇ ଛି ତାର ଆତଙ୍ଗ ରାଜ |ରାଜ ରାସ୍ତା ରେ ବଡ଼ ବଡ଼ ଗାଡି ରଖି ସେ ରାଜ କରୁଛି ଏବଂ ନିରୀହ ଲୋକଙ୍କ ପାଇଁ ମୃତ୍ୟୁ କୁ ଆମନ୍ତ୍ରଣ କରିବା ପାଇଁ ପ୍ଲାନ କରୁଛ | ଆଉ ସବୁ ଦେଖି ପୋଲିସ ଏବଂ ପ୍ରଶାସନ ଚୁପଚାପ ବସୁଛି |ସବୁଠୁ ବଡ଼ କଥା ହେଲା ଏହା ଦୀନେ କିମ୍ବା ଦୁଇ ଦିନର କଥା ନୁହେଁ ବର୍ଷ ବର୍ଷ ଧରି କମ୍ପାନୀ ରାଜ ରାସ୍ତା ରେ ଗାଡି ରଖୁଛି l ସାଧାରଣ ଲୋକଙ୍କ ପାଇଁ ସମ୍ବଲପୁର ପୋଲିସ ର ଗୋଟେ ନିୟମ ଥିବା ବେଳେ କମ୍ପାନୀ ପାଇଁ ଆଉ ଗୋଟେ ନିୟମ ଏଠି ଦେଖି ବାକୁ ମିଳୁଛି | ସାଧାରଣ ଲୋକେ ଟିକେ ଭୁଲ କଲେ ପୋଲିସ ତାହାକୁ କେତେ ଯେ ଫାଇନ କେତେ ଯେ ଜରିମାନା ଲଗାଏ ତାହାର ହିସାବ ନାହିଁ କିନ୍ତୁ ଏଠି ପୁରା ପୁରୀ ଅଲଗା ଏଠି କମ୍ପାନୀ ର ବଡ଼ ବଡ଼ ଗାଡି ରଖିଲେ ମଧ୍ୟ ତାହାକୁ ସବୁ ମାଫ ହୋଇ ଯାଉଛି |ଆଉ ସାଧାରଣ ଲୋକେ ଯେତେ ପ୍ରତିବାଦ କି ଯେତେ ଆନ୍ଦୋଳନ କଲେ ମଧ୍ୟ ପୋଲିସ ପ୍ରଶାସନ କିଛି ଶୁଣୁନାହାନ୍ତି ଜାଣି ନ ଜାଣିଲା ଭଲି ଅଭିନୟ କରୁଛନ୍ତି |ବର୍ଷ ବର୍ଷ ଧରି ଏନଏଲସି କମ୍ପାନୀ କରୁଛି ରାଜ ଆଉ ସମ୍ବଲପୁର ଜିଲ୍ଲା ପ୍ରଶାସନ ଠୁ ଆରମ୍ବ କରି ସମ୍ବଲପୁର ପୋଲିସ ପ୍ରଶାସନ କେହି ଏହାକୁ ଦୃଷ୍ଟି ନ ଦେବା ଏବଂ ସାଧାରଣ ଲୋକେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ଏବେ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ଦେଖା ଦେଲାଣି l ନାଁ ଟ୍ରକ ଟରମିନାଲ ହେଉଛି ନାଁ ଏହାର ସମାଧାନ ହେଉଛି ଖାଲି ଲୋକେ ନାଁନାଁ ସମସ୍ୟା ଦେଇ ଗତି କରୁଛନ୍ତି | କେବେ ଯେ ଏହାର ସମାଧାନ ଏବେ କେବେ ଯେ ଶାନ୍ତି ରେ ଲୋକେ ଯିବା ଆସିବା କରିପାରିବେ ତାହା ଭାଗବାନ କୁ ଜଣା |ଆଉ ସମ୍ବଲପୁର ପରିବହନ ବିଭାଗ ମଧ୍ୟ ସବୁ ଜାଣି ଶୁଣି ନିରବ , ସମସ୍ତେ ନିରବ କାହିଁକି ନାଁ ପ୍ରଶାସନ ଏବଂ କମ୍ପାନୀ ସହିତ କିଛି ଭିତିରି କରବାର ଅଛି ବୋଲି ଏହି ଅଞ୍ଚଳ ବାସି ଙ୍କ ମନରେ ଅନେକ ପ୍ରଶ୍ନ ଏବଂସାଧାରଣ ରେ ମଧ୍ୟ ଜୋର ଚର୍ଚ୍ଚା ହେଉଛି ବୋଲି ସାଧାରଣ ଲୋକେ କହୁଛନ୍ତି |ଏଠି ପ୍ରଶ୍ନ ଉଠୁଛି କାହିଁକି ସମ୍ବଲପୁର ପୋଲିସ ନିରବ ପାଲଟୁଛି |କୁଆଡେ ଗଲା ସମ୍ବଲପୁର ପୋଲିସ ର ପାରିବ | ପଣିଆ |କାହଁକି ପ୍ରଶାସନ ଚୁପଚାପ |କଣ ପାଇଁ ନୀରବ ସମ୍ବଲପୁର ପରିବହନ ବିଭାଗ ର ବିଭାଗୀୟ ଅଧିକାରୀ |କଣ ପାଇଁ ସମ୍ବଲପୁର ଜିଲ୍ଲା ପାଳ ନୀରବ |କେବେ ହେବ ଏହାର ସମାଧାନ |କାହଁକି ଖୁଲମ ଖୁଲା ରାଜ କରୁଛି କମ୍ପାନୀ |

Leave a Reply

Your email address will not be published. Required fields are marked *