ରାଜ୍ୟ ରାଜପଥକୁ କବଯା କରିଛି ଶ୍ୟାମ ମେଟାଲିକ

ଫୋକସ ପ୍ଲସ 13/11/22(ସମ୍ବଲପୁର):ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଶ୍ୟାମ ମେଟାଲିକ ର ଦବଙ୍ଗ ଗିରି କାହାରିକୁ ଖାତିର କରୁନି ସମ୍ବଲପୁର ରେଙ୍ଗାଲି ଅଂଚଳ ର ଶ୍ୟାମ ମେଟାଳିକ କମ୍ପାନୀ, କାହିଁକି କାହାକୁ ଖାତିର ନ କରି ରାଜ ରାସ୍ତା ରେ ବଡ ବଡ଼ ଗାଡି ରଖିଛି ସମ୍ବଲପୁର ପୋଲିସ ଏବଂ ସମ୍ବଲପୁର ପ୍ରଶାସନ କୁ ନିଜର ପକେଟ ଧରି କମ୍ପାନୀ ଚଳାଇ ଛି ତାର ଆତଙ୍ଗ ରାଜ I

ରାଜ ରାସ୍ତା ରେ ବଡ଼ ବଡ଼ ଗାଡି ରଖି ସେ ରାଜ କରୁଛି ଏବଂ ନିରୀହ ଲୋକଙ୍କ ପାଇଁ ମୃତ୍ୟୁ କୁ ଆମନ୍ତ୍ରଣ କରିବା ପାଇଁ ପ୍ଲାନ କରୁଛି l ଆଉ ସବୁ ଦେଖି ପୋଲିସ ଏବଂ ପ୍ରଶାସନ ଚୁପଚାପ ବସୁଛି l ସବୁଠୁ ବଡ଼ କଥା ହେଲା ଏହା ଦୀନେ କିମ୍ବା ଦୁଇ ଦିନର କଥା ନୁହେଁ ବର୍ଷ ବର୍ଷ ଧରି କମ୍ପାନୀ ରାଜ ରାସ୍ତା ରେ ଗାଡି ରଖୁଛି l ସାଧାରଣ ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ର ଗୋଟେ ନିୟମ ଥିବା ବେଳେ କମ୍ପାନୀ ପାଇଁ ଆଉ ଗୋଟେ ନିୟମ ଏଠି ଦେଖି ବାକୁ ମିଳୁଛି l ସାଧାରଣ ଲୋକେ ଟିକେ ଭୁଲ କଲେ ପୋଲିସ ତାହାକୁ କେତେ ଯେ ଫାଇନ କେତେ ଯେ ଜରିମାନା ଲଗାଏ ତାହାର ହିସାବ ନାହିଁ କିନ୍ତୁ ଏଠି ପୁରା ପୁରୀ ଅଲଗା ଏଠି କମ୍ପାନୀ ର ବଡ଼ ବଡ଼ ଗାଡି ରଖିଲେ ମଧ୍ୟ ତାହାକୁ ସବୁ ମାଫ ହୋଇ ଯାଉଛି l ଆଉ ସାଧାରଣ ଲୋକେ ଯେତେ ପ୍ରତିବାଦ କି ଯେତେ ଆନ୍ଦୋଳନ କଲେ ମଧ୍ୟ ପ୍ରଶାସନ କିଛି ଶୁଣୁନାହାନ୍ତି ଜାଣି ନ ଜାଣିଲା ଭଲି ଅଭିନୟ କରୁଛନ୍ତି l

ବର୍ଷ ବର୍ଷ ଧରି ଶ୍ୟାମ ମେଟାଳିକ କମ୍ପାନୀ କରୁଛି ଆତଙ୍ଗ ରାଜ ଆଉ ସମ୍ବଲପୁର ଜିଲ୍ଲା ପ୍ରଶାସନ ଠୁ ଆରମ୍ବ କରି ସମ୍ବଲପୁର ପୋଲିସ ପ୍ରଶାସନ କେହି ଏହାକୁ ଦୃଷ୍ଟି ନ ଦେବା ଏବଂ ସାଧାରଣ ଲୋକେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ଏବେ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ଦେଖା ଦେଲାଣି l ବାରମ୍ବାର ଛୋଟ ବଡ ଦୁର୍ଘଟଣା ଘଟି ଚାଲିଛି କମ୍ପାନୀ ତାର ପାର୍କିଂ ବ୍ୟବସ୍ଥା କରିଛି ହେଲେ ଛୋଟ ପାର୍କିଂ ଥିବା ଯୋଗୁ ଏ ସମସ୍ୟା ଦେଖିବାକୁ ମିଳୁଛି l କେବେ ଯେ ଏହାର ସମାଧାନ ଏବେ କେବେ ଯେ ଶାନ୍ତି ରେ ଲୋକେ ଯିବା ଆସିବା କରିପାରିବେ ତାହା ଭାଗବାନ କୁ ଜଣା lଆଉ ସମ୍ବଲପୁର ପରିବହନ ବିଭାଗ ମଧ୍ୟ ସବୁ ଜାଣି ଶୁଣି ନିରବ , ସମସ୍ତେ ନିରବ କାହିଁକି ନାଁ ପ୍ରଶାସନ ଏବଂ କମ୍ପାନୀ ସହିତ କିଛି ଭିତିରି ମଧୁଚନ୍ଦ୍ରୀକା କରବାର ଅଛି ବୋଲି ଏହି ଅଞ୍ଚଳ ବାସି ଙ୍କ ମନରେ ଅନେକ ପ୍ରଶ୍ନ ଏବଂ ସାଧାରଣ ରେ ମଧ୍ୟ ଜୋର ଚର୍ଚ୍ଚା ହେଉଛି ବୋଲି ସାଧାରଣ ଲୋକେ କହୁଛନ୍ତି l

ଏଠି ପ୍ରଶ୍ନ ଉଠୁଛି କାହିଁକି ସମ୍ବଲପୁର ପୋଲିସ ନିରବ ପାଲଟୁଛି ,,,,, କାହା ଛତ୍ରଛାୟା ରେ ଏ କମ୍ପାନୀ ରାଜ ନେତା କି ମନ୍ତ୍ରୀ ନା ପ୍ରଶାସନ ,,,,, କାହଁକି ପ୍ରଶାସନ ଚୁପଚାପ ହାତ ବାନ୍ଧି ବସିଛି ,,,,, କୋଆଡେ ଗଲା ସମ୍ବଲପୁର ପରିବହନ ବିଭାଗ ,,,,, କେବେ ହେବ ଏହାର ସମାଧାନ,,,,,କାହଁକି ଖୁଲମ ଖୁଲା ରାଜ କରୁଛି କମ୍ପାନୀ,,,,,

Leave a Reply

Your email address will not be published. Required fields are marked *