ରାଜ୍ୟରେ କେତେ ଅସୁରକ୍ଷିତ ନାବାଳିକା?

ଗତ ତିନିବର୍ଷ ମଧ୍ୟରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତାମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଦରଜ ହୋଇଛି ସର୍ବାଧିକ ୪୯୯ ମାମଲା। ନାବାଳିକାଙ୍କୁ କିପରି ସୁରକ୍ଷା ଦିଆଯାଇ ପାରିବ ତାହା ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

 ନାବାଳିକା ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଏବଂ ମାମଲାର ତ୍ବରିତ୍‌ ବିଚାରଣା ଲାଗି ୨୦୧୨ ମସିହାରେ ପୋକ୍‌ସୋ ଆଇନ କାର୍ଯ୍ୟକାରୀ କରାଯାଇଥିଲା। ଏଥିପାଇଁ ସାରା ଦେଶରେ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ତଥା ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରାଯାଇଛି। ନାବାଳିକାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଏହି କୋର୍ଟଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଦୁଷ୍କର୍ମ ଘଟଣାକୁ ରୋକିବା ଦିଗରେ ପୁଲିସ ସେତେଟା ସଫଳ ହୋଇ ପାରୁନାହିଁ।

Leave a Reply

Your email address will not be published. Required fields are marked *