ଜଗତସିଂପୁରରେ ଲଜ୍ଜ୍ୟା

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ଘଟିଛି ଲଜ୍ଜ୍ୟାଜନକ ଅଘଟଣ । ଛେଳି ଚରାଇ ଘରକୁ ଫେରୁଥିବା ବେଳେ ମହିଳାଙ୍କୁ ଜଣେ ଦୃବୃତ୍ତ ଦୁଷ୍କର୍ମ କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିବାର ଅଭିଯୋଗ ହୋଇଛି । ପୀଡିତା ଜଣକ ଗୁରୁତର ଅବସ୍ଥାରେ ବିଲରେ ପଡିଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ଛେଳି ଚରାଇବାକୁ ଯାଇଥିବା ବେଳେ ମହିଳାଙ୍କୁ ବଣ ଭିତରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ରଘୁନାଥପୁର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ପୀଡ଼ିତାଙ୍କୁ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି ।

ଏ ବାବଦରେ ପୀଡିତା ତାଙ୍କ ସ୍ୱାମୀଙ୍କ ସହ ରଘୁନାଥପୁର ଥାନାକୁ ଯାଇ ଏତାଲା ଦେବାପରେ ପୋଲିସ ତାଙ୍କୁ ମେଡିକାଲ ପଠାଇ ଚିକିତ୍ସା କରିବା ସହ ଘରକୁ ପଠାଇ ଦେଇଥିଲା । ଥାନା ଠାରୁ ତାଙ୍କ ଘରକୁ ପ୍ରାୟ ୧୦ କିମି ବାଟ ରାତିରେ ଚାଲି ଚାଲି ଘରକୁ ଫ୍ରରୁଥିବା ବେଳେ ବାଟରେ ଅସୁସ୍ଥ ହୋଇ ଚେତାଶୂନ୍ୟ ଅବସ୍ଥାରେ ପଡିଯାଇଥିଲେ ପିଡିତା। ଏହା ଦେଖି ସ୍ଥାନୀୟ କିଛି ଗ୍ରାମବାସୀ ମହିଳାଙ୍କୁ ମେଡିକାଲ ନେବା ସହ ଚିକିତ୍ସା କରିଥିବାର ଜଣା ଯାଇଛି । ରାତିରେ ଜଣେ ପିଡିତାଙ୍କୁ ପୋଲିସ କିପରି ଅସୁରକ୍ଷିତ ଭାବରେ ଘରକୁ ପଠାଇ ଦେଲା ତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ ଅଭିଯୁକ୍ତ କୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *