ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ବଣ୍ଡାଘାଟି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ବୁଧବାର ଗସ୍ତ କରିଛନ୍ତି। ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୋବିନ୍ଦପାଲି ଠାରେ ପହଁଚିବା ପରେ ତାଙ୍କୁ ଜିଲ୍ଲାପାଳ ସୋମେଶ ଉପାଧ୍ୟୟ , ଏସପି ବିନୋଦ ପାଟିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ଡିଏଫଓ ସାଇ କିରନ ସ୍ୱାଗତ କରିଥିଲେ। ପରେ ଖଇରପୁଟ ବ୍ଲକସ୍ଥିତ ମୁଦୁଲିପଡା ବଣ୍ଡାଘାଟି ରାଜ୍ୟପାଳ ଗସ୍ତ କରିଥିଲେ ।ରାଜ୍ୟପାଳ ପବିତ୍ର ସୀତାକୁଣ୍ଡ ପରିଦର୍ଶନ କରି ଏହାର ବିକାଶ କିପରି କରାଯିବ ସେଥି ପ୍ରତି ଗୁରତ୍ୱ ଦେଇଥିଲେ। ବଣ୍ଡା ଉନ୍ନୟନ ସଂସ୍ଥା ପରିଦର୍ଶନ କରି ଆଦିମ ବଣ୍ଡା ଜନଜାତିଙ୍କ ପାଇଁ ସଂସ୍ଥା ଦ୍ୱାରା କିପରି ବିକାଶ କରାଯାଉଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ବଣ୍ଡା ଦକ୍ଷତା ବିକାଶ, ଟେଲରିଙ୍ଗ ୟୁନିଟ, ମଲ୍ଟି ପ୍ରୋସେସିଙ୍ଗ ୟୁନିଟ, ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବସ୍ତ୍ର, ଅଳଂକାର ନିର୍ମାଣ କାରୁକାର୍ଯ୍ୟ ଦେଖିବା ସହିତ ସ୍ଵୟଂସହାୟକ ଗୋଷ୍ଠୀ ସଦସ୍ୟା ଓ ଆଦିମ ବଣ୍ଡା ଜନଜାତିଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝିଥିଲେ।ସରକାରୀ ଏସଏସଡି ହାଇସ୍କୁଲ ପଡିଆ ଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ବଣ୍ଡା ଘାଟି ର ବିକାଶ ପ୍ରତି ଗୁରୁତ୍ୱ ଦେଵା ସହ ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦେଵା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଜଙ୍ଗଲ ଜମି ପଟ୍ଟା ପାଇଛନ୍ତି କି ନାହିଁ ଗ୍ରାମ ବାସୀଙ୍କୁ ପଚାରି ଥିଲେ। ବଣ୍ଡା ଘାଟିରେ ଥିବା କନ୍ୟାଶ୍ରମ ଓ ମଙ୍ଗଳ ବିଭାଗର ହାଇ ସ୍କୁଲ ପରିଦର୍ଶନ କରି ଶିକ୍ଷା ଦାନ କିପରି ହଉଛି,ବିଦ୍ୟାଳୟ ର ବ୍ୟବସ୍ଥା ର ସୁବିଧା ଅସୁବିଧା ସମ୍ପର୍କ ରେ ଛାତ୍ର ଛାତ୍ରୀ ଙ୍କୁ ପଚାରି ବୁଝିଥିଲେ। ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ ରେ ଭାଗ ନେଇଥିଲେ।
ରାଜ୍ୟପାଳଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇଲେ ବଣ୍ଡା ଜନଜାତି
