ରାଜା ଚ୍ରକର ସହଯୋଗୀ ସମୀର ଜେନାଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର ୨୦/୦୩: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସମୀର ଜେନାଙ୍କୁ ଗିରଫ କଲା ଇଓଡବ୍ଲୁ। ସମୀରଙ୍କୁ କେନ୍ଦୁଝରରୁ ଗିରଫ କରାଯାଇଥିବା ସୂଚନା ଦେଲେ ଇଓଡବ୍ଲୁ ଏସ୍ପି। ଅନ୍ୟପଟେ ରାଜା ଚକ୍ରକୁ ୩ ଦିନ ପାଇଁ ରିମାଣ୍ଡରେ ନେବ ଇଓଡବଲୁ। ଏନେଇ ଓପିଆଇଡି ଅଦାଲତ ପକ୍ଷରୁ ଅନୁମତି ମିଳିଛି । ଗୁରୁବାରଠାରୁ ସେ ଇଓଡବ୍ଲୁ ତତ୍ତ୍ୱାବଧାନରେ ରହିବେ।

କଡ଼ା ସୁରକ୍ଷା ବଳୟ ଭିତରେ ରାଜାଙ୍କୁ ବୁଧବାର ସକାଳେ ବାଲେଶ୍ୱରସ୍ଥିତ ଓପିଆଇଡିର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ରାଜାଙ୍କ ଓକିଲ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ ତାଙ୍କ ପାଇଁ ବେଲ୍‌ ପିଟିସନ ଆବେଦନ କରିଥିଲେ । ମାତ୍ର ତା’ର ଶୁଣାଣି ହୋଇ ନ ଥିଲା । ସରକାରଙ୍କ ପକ୍ଷରୁ ରାଜାଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଦରଖାସ୍ତ ଦିଆଯାଇଥିଲା ।

ଅଦାଲତ ପକ୍ଷରୁ ତିନି ଦିନ ଅନୁମତି ମିଳିଥିଲା । ରାଜାଙ୍କୁ ପଚରାଉଚରା ବେଳେ ଉପସ୍ଥିତ ରହିବା ପାଇଁ ତାଙ୍କ ଓକିଲ ଆବେଦନ କରିଥିଲେ । ତାହାକୁ ଅଦାଲତ ମଞ୍ଜୁର କରିଛନ୍ତି । ରାଜାଙ୍କ ବ୍ୟତୀତ ଉକ୍ତ ମାମଲାରେ ଗିରଫ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍‌ ଟ୍ରାନ୍ସପୋର୍ଟିଂ କୋ- ଅପରେଟିଭ୍‌ ସୋସାଇଟି ଲିମିଟେଡ୍‌ର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ପୂର୍ବରୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା ।

Leave a Reply

Your email address will not be published. Required fields are marked *