ରାଜରାସ୍ତାରେ ବସିଲେ ଅନ୍ନଦାତା

ଫୋକସ ପ୍ଲସ(ଦିଗପହଣ୍ଡି)୨/୦୯/୨୦୨୨: ମୁଣ୍ଡର ଲୁଣିଆ ଝାଳକୁ ତୁଣ୍ଡରେ ମାରି ମାଟି ସହିତ ତୁମୁଳ ସଂଗ୍ରାମ କରି ଯିଏ ସବୁଜ ଶସ୍ୟ ଫଳାଏ। ସାରା ବିଶ୍ବକୁ ଯିଏ ଆହାର ଯୋଗାଉ ଥିବା ମାଟିର ମଣିଷ।ହଁ ଆଜ୍ଞା ଆମେ କହୁଛୁ ସେହି କୃଷକ ଜାତିର କଥା।ପ୍ରତ୍ୟେକ ଜାତୀୟ ପର୍ବ ପର୍ବାଣୀ ରେ ଜୟ ଯବାନ ଆଉ ଜୟ କିଶାନ୍ ନାରା ଦିଆ ଯାଉଛି।କଥା ପଡ଼ିଲେ କୃଷକ ହେଉଛି ଦେଶ ଓ ଜାତିର ମେରୁଦଣ୍ଡ ବୋଲି କୁହା ଯାଉଛି।କିନ୍ତୁ ସେହି କୃଷକ ଆଜି ରାଜ ରାସ୍ତାରେ।କେତେବେଳେ ବିହନ ପାଇଁ ତ ଆଉ କେତେବେଳେ ସାର୍ ଓ କୀଟ ନାଶକ ଔଷଧ ପାଇଁ ପୁଣି କେତେବେଳେ ମରୁଡି କ୍ଷୟ କ୍ଷତି ପାଇଁ ରାଜ ରାସ୍ତାରେ ତ ପୁଣି କେତେବେଳେ ଉଜୁଡ଼ା ଫସଲ ପାଇଁ ଆତ୍ମ ହତ୍ୟା।ଆଜି କିନ୍ତୁ ଚାଷ ଜମି କୁ ପାଣି ପାଇଁ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି।ଏହି ବିକଳ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା, ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ କଇଠଡ଼ା ଗ୍ରାମର ଚାଷୀ ଭାଇ ମାନଙ୍କର |

ଦିଗପହଣ୍ଡି ରୁ ହରି ରେଡ୍ଡୀ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *