ରାଜଗାଙ୍ଗପୁର ପୁଲିସକୁ ମିଳିଛି ବଡ଼ ସଫଳତା

ଫୋକସ ପ୍ଲସ(ସୁନ୍ଦରଗଡ) ୩୧/୦୭/ ୨୦୨୨:ରାଜଗାଙ୍ଗପୁର ସହରରେ ଦିନକୁ ଦିନ ଘରଭିତରୁ ମୋବାଇଲ ଚୋରୀ ଏବଂ ରାସ୍ତାରେ ମୋବାଇଲ ଯୋଗେ କଥା ହୋଇ ଯାଉଥିବା ମହିଳା, କର୍ମଚାରୀ ଏବଂ ବୃଦ୍ଧ ବୃଦ୍ଧାଙ୍କ ଠାରୁ ମୋବାଇଲ ଫୋନ ଲୁଟ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ରାଜଗାଙ୍ଗପୁର ସହରରେ ଯୁବପିଢ଼ି ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହୋଇ ବିଭିନ୍ନ ପ୍ରକାର ଛିନତାଇ ଏବଂ ଲୁଟ ଘଟଣା କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି।ଗତ ଚାରିଦିନ ଭିତରେ ସହର ମଧ୍ୟରେ ଏକାଧିକ ମୋବାଇଲ ଲୁଟ ଏବଂ ଛୀନତାଇ ହୋଇଥିବା ନେଇ ରାଜଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।ଏହାପରେ ପୁଲିସ ପ୍ରଶାସନ ତତ୍ପର ହୋଇ ଥାନା ଅଧିକାରୀ ବିଭତ୍ସ କୁମାର ପ୍ରଧାନଙ୍କର ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ୩ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିବା ସହିତ ୨୦ଟି ମୋବାଇଲ ଜବତ କରିବାରେ ସକ୍ଷମ ହୋଇଥିବା ନେଇ ସୂଚନା ମିଳିଛି। ରାଜଗାଙ୍ଗପୁର ପୁଲିସ ଦ୍ବାରା ଜବତ ହୋଇଥିବା ୨୦ଟି ମୋବାଇଲ ଭିତରେ ୫ଟି ମୋବାଇଲ ଫୋନକୁ ବିଭିନ୍ନ ପ୍ରକାର ୫ଟି ଅପରାଧିକ ମାମଲାରେ ବ୍ୟବହାର କରିଥିବା ନେଇ ପୁଲିସ ସୂଚନା ଦେଇଛି।୧୩ଟି ମୋବାଇଲ ଫୋନ ଚୋରି ଏବଂ ଲୁଟ ହୋଇଥିବା ନେଇ ଅଭିଯୋଗ କାରୀଙ୍କୁ ପୁଲିସ ଆବଶ୍ୟକ ପ୍ରମାଣ ପତ୍ର ଦେଖି ଫେରସ୍ତ କରିଥିଲା।ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ତିନିଜଣ ଅଭିଯୁକ୍ତ ରାଜଗାଙ୍ଗପୁର ସହରର ମହମ୍ମଦ ଈର୍ଷାଦ(୨୪),ରୋହିତ ସା(୨୧) ଏବଂ ପ୍ରକାଶ ନାଗ(୩୦) ବୋଲି ରାଜଗାଙ୍ଗପୁର ଏସ୍ଡିପିଓ ଡ:ଶଶାଙ୍କ ଶେଖର ବେଉରା ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

ସୁନ୍ଦରଗଡରୁ ଅଟଳ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *