ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ): ଦୁର୍ଘଟଣାଗ୍ରସ୍ତ ହେଲା ଦୁଇ ଲଢ଼ୁଆ ବିମାନ। ମଧ୍ୟପ୍ରଦେଶର ମୋରାନରେ ବାୟୁସେନାର ସୁଖୋଇ-୩୦ ଓ ମିରେଜ୍-୨୦୦୦ ବିମାନ କ୍ରାଶ ହୋଇଥିବା ଏନେଇ କିଛି ନିର୍ଦ୍ଧିଷ୍ଟ ଗଣମଧ୍ୟମରୁ ସୂଚନା ମିଳିଛି ।ମିଳିଥିବା ସୂଚନା ମୁତାବକ, ଆଜି ଭୋରୁ ତାଲିମ ଅଭ୍ୟାସ ନିମନ୍ତେ ଏହି ଦୁଇଟି ଲଢ଼ୁଆ ବିମାନ ଗୋଆଲିୟର୍ ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା। ପରେ ଦୁର୍ଘଟଣା ଘଟି ବିମାନ କ୍ରାଶ ହୋଇଥିଲା l ଉଭୟ ବିମାନରେ ତିନିଜଣ ପାଇଲଟ ଥିଲେ ସେଥିମଧ୍ୟରୁ ଦୁଇ ଜଣ ସୁରକ୍ଷିତ ଥିବା ଜଣା ପଡିଛି l ଆଉ ଜଣେ ପାଇଲଟଙ୍କ ତଲାସୀ ଜାରିରହିଛି ଏବଂ ବାୟୁସେନାର ଏକ ହେଲିକପ୍ଟର ତୃତୀୟ ପାଇଲଟଙ୍କ ଲୋକେସନ୍ରେ ପହଞ୍ଚିଛି। ତେବେ ସେ ମୃତ ନା ଜୀବିତ ଅଛନ୍ତି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ଜଣାପଡିନଥିବା ବେଳେ ବାୟୁସେନା ଘଟଣାର ତଦନ୍ତ ପାଇଁ କୋର୍ଟ ଅଫ୍ଇ ନ୍କ୍ୱାରୀ ଗଠନ କରିଛି। ଦୁଇଟି ବିମାନ ପରସ୍ପର ମଧ୍ୟରେ ଧକ୍କା ହେବା ପରେ ଦୁର୍ଘଟଣା ଘଟିଛି ନା ଅନ୍ୟ କୌଣସି କାରଣ ରହିଛି ସେ ନେଇ ଏହା ତଦନ୍ତ ଜାରିରହିଛି l
ରହସ୍ୟ ଘେରରେ ଏୟାର କ୍ରାଶ ଦୁର୍ଘଟଣା
