ବରଗଡ଼, 04-02-2022
ବିଶ୍ଵ କେନସର ଦିବସ ଅବସରରେ ଆଜି ବରଗଡ଼ କେନସର ଫାଇଟର୍ସ ଗ୍ରୁପ ଏବଂ ବରଗଡ଼ ଲାୟନ୍ସ କ୍ଲବ ଆନୁକୂଲ୍ୟରେ ଏକ ଗଣଦୌଡ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କେନସର ସଚେତନତା ଉଦ୍ଦେଶ୍ୟରେ । ଏଥିରେ ୟୁଇଟେଡ ଫୋରମ୍ ଅଫ୍ କେନସର ହସ୍ପିଟାଲ ଏଟ୍ ବରଗଡ଼, କୋସଲ ଡିଫେନ୍ସ ଏକାଡେମୀ, ସେବା ନିବୃତ ସେନା କର୍ମଚାରୀ ସଂଘ ଓ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଏଥିରେ ସାମିଲ ହୋଇଥିଲେ । ଗଣଦୌଡ କାର୍ଯ୍ୟକ୍ରମକୁ ରାଜ ଗୋପାଳ ଦାସ, ମିନତି ପତି, ପ୍ରତାପ ଦାସ, ସୁନିତା ଲାଠ, ଅମିତ୍ ସାହୁ, ଆନନ୍ଦ ପ୍ରଧାନ, ରବିନାରାୟଣ ପଣ୍ଡା ପ୍ରମୁଖ ସଂଚାଳନ କରିଥିଲେ ।ବରଗଡ଼ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋଟ
‘ରନ୍ ଫର ଲାଇଫ୍’ ଉକ୍ତ ଗଣଦୌଡ ବରଗଡ଼ ମିନି ଷ୍ଟାଡିୟମରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲେ
