ଫୋକସ ପ୍ଲସ (ନିଶ୍ଚିନ୍ତକୋଇଲି) ୦୬/୦୭/୨୦୨୨: ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ରେ ସମଗ୍ର ଓଡ଼ିଶାରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ, ସେଥିରୁ ବାଦ୍ ପଡ଼ିନାହିଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ଶ୍ରୀ ଦଧିବାମନ ଜୀଉଙ୍କ ରଥଯାତ୍ରା ଉତ୍ସବ। ଶ୍ରୀ ଗୁଣ୍ଡିଚା ଦିନ ଶ୍ରୀ ଦଧିବାମନ ଜୀଉ କୋଇଲୋ ସ୍ଥିତ ମନ୍ଦିର ରୁ ରଥାରୂଢ଼ ହୋଇ ମାଉସୀ ମା’ଙ୍କ ଘରକୁ ଆସିଥିଲେ। ହେଲେ ସାଥିରେ ନିଜର ଧର୍ମ ପତ୍ନୀ ମା’ ଲକ୍ଷ୍ମୀଙ୍କୁ ଆଣିବାକୁ ଭୁଲି ଯାଇଥିଲେ। ପରମ୍ପରା ଅନୁଯାୟୀ ଆଜି ହେରାପଞ୍ଚମୀ ରେ ମା’ ଲକ୍ଷ୍ମୀ ଏକ ବିମାନ ଯୋଗେ ମାଉସୀ ମା ଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଶ୍ରୀ ଦଧିବାମନ ଜୀଉ ଙ୍କ ସହ ଶ୍ରୀ ଗୁଣ୍ଡିଚା ଦିନ ରଥରେ ସାଥିରେ ନଆଣି ଥିବାରୁ ଅଭିମାନ କରିଥିଲେ ଓ ପରେ ରଥ ଭାଙ୍ଗି ନିଜ ମନ୍ଦିରକୁ ଫେରି ଯାଇଥିଲେ। ଯାହାକି ଜଗନ୍ନାଥ ସଂସ୍କୃତି ଆମ ଜୀବନଚର୍ୟା ସହ ଓତଃପ୍ରୋତ ଜଡ଼ିତ ରହିଛି, ସ୍ବାମୀ ଓ ସ୍ତ୍ରୀ ଙ୍କ ସଂପର୍କ ଭିତରେ ଯେପରି ଭଲ ବୁଝାମଣା ଓ ସୁସଂପର୍କ ରହିପାରିବ, ତାହା ଏହି ହେରାପଞ୍ଚମୀ ରୁ ପ୍ରଭୁ ଓ ମା’ ଲକ୍ଷ୍ମୀ ମଣିଷ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି। ଏହି ହେରାପଞ୍ଚମୀ ଉତ୍ସବ ଦେଖିବାକୁ ଶହ ଶହ ଶ୍ରଦ୍ଧାଳୁ ଙ୍କ ଭିଡ଼ ହୋଇଥିଲା। ମାଉସୀ ମା’ ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରମାଦ ସେବନ ସାଙ୍ଗକୁ ଭଜନ ସଂଧ୍ୟାରେ ମନ ମୋହିଥିଲା ଶ୍ରଦ୍ଧାଳୁ ମାନଙ୍କର।
ନିଶ୍ଚିନ୍ତକୋଇଲି ରୁ ଫାଲ୍ଗୁନୀ ପ୍ରସାଦ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ |