ଯାଜପୁର29/12/2023; କଳିଙ୍ଗନଗର ଥାନା ରଣାଗୁଣ୍ଡି ଗାଁ ରେ ଧାନ ଠକେଇ ଅଭିଯୋଗ ରେ ଧାନ ବେପାରୀ କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ। ସୂଚନା ମୁତାବକ ଢେଙ୍କାନାଳ ର ଈଶ୍ୱର ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରୁ ଚାଷୀ ମାନଙ୍କ ଠାରୁ ଗାଁ ଗାଁ ବୁଲି ଚତୁରତାର ସହିତ ଧାନ କିଣା ରେ ରିମୋର୍ଟ କଣ୍ଟା ମାଧ୍ୟମରେ ଠକେଇ କରି ଆସୁଥିଲେ। ମାତ୍ର ଆଜି ରଣାଗୁଣ୍ଡି ଗାଁ ରେ ଧାନ କଣ୍ଟା କରୁଥିବାବେଳେ ବସ୍ତା ପିଛା ୨୦ କେଜି ବ୍ୟବଧାନ ଆସିବାରୁ ଗ୍ରାମବାସୀ ମାନେ ଏହି ଠକ ବେପାରୀ ଙ୍କୁ ଧରି ଗାଳି ଗୁଲଜ କରିବା ସହ ଅଟକ ରଖିଥିଲେ। ଖବର ପାଇ କଳିଙ୍ଗନଗର ପୋଲିସ ଘଟଣାସ୍ଥଳ ରେ ପହଂଚି ଉକ୍ତ ଠକ ବେପାରୀ ଙ୍କୁ ଥାନା କୁ ନେଇ ଘଟଣା ର ତଦନ୍ତ ଆରମ୍ଭ କରିଛି।
ରଣାଗୁଣ୍ଡି ଗାଁ ରେ ଧାନ ଠକେଇ ଅଭିଯୋଗ ରେ ଧାନ ବେପାରୀ କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ।
